No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ଜଗତସିଂହପୁର :- ଜଗତସିଂହପୁର ଅଞ୍ଚଳର ଏହି ଯୁବତୀ ଜଣେ ଉଚ୍ଚ ଶିକ୍ଷିତା ଓ ସରକାରୀ ଚାକିରିଆ । ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କ ବାହାଘର ଗତକାଲି ହେବାର ଥିଲା । ବାହା ହେବା ପାଇଁ ଘରୁ ବାହାରି ଯୁବକ ଜଣକ କନ୍ୟା ଘର ନିକଟସ୍ଥ ଏକ ଗେଷ୍ଟ୍ ହାଉସ୍ରେ କିଛି ସମୟ ପାଇଁ ବିଶ୍ରାମ କରିଥିଲା । ବରଯାତ୍ରୀ ବାହାରିବାକୁ ଆଉ କିଛି ସମୟ ଥାଏ। ଗେଷ୍ଟ୍ ହାଉସ୍ରେ ବୁଲାବୁଲି କରୁ କରୁ ହଠାତ୍ ବର ଗାଏବ୍ ହୋଇଗଲା । ମୋବାଇଲ୍ ଫୋନ୍ ଅଫ୍ କରି ବର ନିଖୋଜ ହୋଇଗଲା । ପରେ ଜଣାଗଲା ଯେ ବର ନିଜ ଇଛାରେ ଗାଏବ୍ ହୋଇଯାଇଛି । ଏ ପଟେ ମଙ୍ଗୁଳା କନ୍ୟାକୁ ଧରି ପରିବାର ଲୋକେ ଚିନ୍ତାରେ ପଡ଼ିଗଲେ ।
ବାପାମା’ ଝିଅର ଭବିଷ୍ୟତ କଥା ଚିନ୍ତା କରି ସଂଜ୍ଞାହୀନ ହୋଇପଡ଼ିଲେ । ସବୁ କିଛି ଠିକ୍ଠାକ୍ ଥିବା ବେଳେ ହଠାତ୍ ଏଭଳି ଅଘଟଣ ଘଟିବ ବୋଲି ସେମାନେ କେବେ ବି ସ୍ବପ୍ନରେ ଭାବିନଥିଲେ । ବନ୍ଧୁବାନ୍ଧବ ଧରାବର ଯୋଗାଡ଼ରେ ଲାଗି ପଡ଼ିଥିଲେ । ମାତ୍ର ଜଣେ ଉଚ୍ଚ ଶିକ୍ଷିତ ପୁଣି ସରକାରୀ ଚାକିରିଆ ଯୁବତୀଙ୍କ ପାଇଁ ହଠାତ୍ ଯୋଗ୍ୟ ତଥା ଭଲ ପାତ୍ରଟିଏ ପାଇବା ଅସମ୍ଭବ ହୋଇପଡ଼ିଥିଲା । ତେବେ ପୁରୁଣା ଭୁବନେଶ୍ବରର ଜଣାଶୁଣା ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକଙ୍କ ନିକଟରେ ଏହି ପ୍ରସ୍ତାବ ପହଞ୍ଚିଲା । ଚିରଦିନ ଅବିବାହିତ ରହି ସମାଜସେବାରେ ନିଜକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିବା ଭୀଷ୍ମ ପ୍ରଥମେ ଅମଙ୍ଗ ହୋଇଥିଲେ ବି ପରେ ନିଜ ପ୍ରତିଜ୍ଞା ଭଙ୍ଗ କରିଥିଲେ । ଆଜି ଭୀଷ୍ମଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
No Result
View All Result