No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର ) କଟକ :- ଖାଉଟି ମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା କଣ୍ଟ୍ରୋଲ ସାମଗ୍ରୀ କୁ ଖାଉଟି ମାନଙ୍କୁ, ବାଣ୍ଟି ବିକ୍ରି ପାଇଁ ମହଜୁଦ ରଖାଯାଇଥିବା କଣ୍ଟ୍ରୋଲ ଦୋକାନ ଉପରେ ମଙ୍ଗଳବାର କଟକ ଜିଲ୍ଲାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୨୫ ବସ୍ତା ପିଡିଏସ ଗହମ, ୧୦ ବସ୍ତା ଚାଉଳ , ୨ ବସ୍ତା ବୁଟଡାଲି ଏବଂ ୧୨ ଶହ ଲିଟର ପିଡିଏସ କିରାସିନି ଜବତ କରିଛି ।

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦାଢାପାଠଣା ଗ୍ରାମର ଲକ୍ଷ୍ମୀପ୍ରିୟାସ ବେହେରାଙ୍କ ନାମରେ ଥିବା କଣ୍ଟ୍ରୋଲ ଦୋକାନ, ଉପରେ କଟକ ଜିଲ୍ଲା ଯୋଗାଣ ଵିଭାଗର ଅଧିକାରୀ ପି, କେ, ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଞାନରଞ୍ଜନ ମିଶ୍ର, ଇନ୍ସିପେକ୍ଟର ମଧୁସ୍ମିତା ମାଝୀ ହଠାତ ପହଞ୍ଚି କଣ୍ଟ୍ରୋଲ ଦୋକାନ ଉପରେ ଚଢ଼ାଉ କରିଥିଲେ । କଣ୍ଟ୍ରୋଲ ଡିଲର ଖିଉଟି ମାନଙ୍କୁ, ସେମାନଙ୍କର ମାଗଣା ଖାଉଟି ସାମଗ୍ରୀ ସଠିକ ପରିମାଣରେ ନବାଣ୍ଟି କମ ପରିମାଣରେ ସାମଗ୍ରୀ ଦେଉଥିଲେ ।

ଏନେଇ ଖାଉଟି ମାନଙ୍କ ପକ୍ଷରୁ ଜିଲ୍ଲା , ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଖାଉଟିଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଏହି ଚଢ଼ାଉ କରା ଯାଇଥିଲା ବୋଲି , ଅତିରିକ୍ତ ଯୋଗାଣ ଅଧିକାରୀ ଞାନରଞ୍ଜନ ମିଶ୍ର କହିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result