,
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର ) କଟକ /ମାହାଙ୍ଗା :– ଉତ୍କଳ ଗଣକବି ସ୍ମୃତି ସଂସଦ ମାହାଙ୍ଗା ଆନୁକୂଲ୍ୟରେ କଳା ସାହିତ୍ୟ ଓ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଓ ସଂସଦର ବାର୍ଷିକ ଉତ୍ସବ ର ଉଦଯାପନୀ ଉତ୍ସବ ମାହାଙ୍ଗା ମଣିଜୋରି ସହିଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇ ରାଜାରାଜୁଡ଼ା ସମୟରେ ଗଣକବି ବୈଷ୍ଣବ ପାଣି ଦାରିଦ୍ରର କଷାଘାତ ଅନ୍ଧକାର ମଧ୍ୟରେ ଜୀବିକା ନିର୍ବାହ କରି କଳା ସାହିତ୍ୟ ଗୀତିନାଟ୍ୟ ଜଗତକୁ ଆଲୋକିତ କରିବା ସହ କଳା ଜଗତର ଉଜ୍ବଳତମ ନକ୍ଷତ୍ର ଥିଲେବୋଲି କହି ମତବ୍ୟକ୍ତ କରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,

ପ୍ରଫେସର କାର୍ତ୍ତିକେଶ୍ୱର ସାହୁଙ୍କ ପୌରୋହିତ୍ୟ ଓ ଶିକ୍ଷାବିତ ଉମେଶ ଚନ୍ଦ୍ର ସାହୁ ଅବାହକତ୍ୱରେ ଆୟୋଜିତ ଜୟନ୍ତୀ ସମାରୋହରେ ମୁଖ୍ୟ ବକ୍ତା ଭାବେ ପ୍ରାବନ୍ଧିକ ପ୍ରଦୀପ୍ତ ପଣ୍ଡା, ବରଣ୍ୟ ଅତିଥି ଭାବେ କେନ୍ଦ୍ରୀୟ ଓଡ଼ିଆ ଭାଷା ପରିଷଦର ଆବାହକ ଡ଼ଃ ବିଜୟାନନ୍ଦ ସିଂହ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ପିସିସି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଶିକ୍ଷା ବିତ ରବୀନ୍ଦ୍ର କୁମାର ସାହୁ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଅଶୋକ କୁମାର ରାଉତ, ଆଗାମୀ ଶତାବ୍ଦୀ ର ପରିଚାଳନା ସମ୍ପାଦକ ପ୍ରମୁଖ ଯୋଗଦେଇ ଗଣକବିଙ୍କ କର୍ମମୟ ଜୀବନ ଓ କଳା ସାହିତ୍ୟ ଗୀତିନାଟ୍ୟ ଜଗତକୁ ଦେଇଥିବା ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଆଲୋଚନା କରି କବିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,













