ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର ) ତିର୍ତ୍ତୋଲ :- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଯୁବକ ଛାତ୍ର ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ଥିଲା । ଏହି ବୈଠକରେ ୧୦୦ ରୁ ଉର୍ଦ୍ଧ୍ବ ଯୁବକ ଓ ଛାତ୍ର ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିଷ୍ପତ୍ତି ନିଆଗଲା ।

ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ତ୍ରିପାଠୀ ଦିଲ୍ଲୀପ ପଣ୍ଡା, ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡ଼ି ରାଜ୍ୟ ଉପ ସଭାପତି କମଲ୍ ଜ୍ୟୋତି ଦାସ, ଅନିଲ୍ ଦାସ, ଅନନ୍ତ ରେଡ୍ଡୀ, ସ୍ଥାନୀୟ ବିଜେଡ଼ି ନେତା ବିମଳ କୁମାର ମହାପାତ୍ର, ଓ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଯୁବ ବିଜେଡ଼ି ନେତା ମନୋରଞ୍ଜନ ବାରିକ, ପ୍ରିୟବ୍ରତ ମହାନ୍ତି, ଓ ଶତାଧିକ ଯୁବକ ଛାତ୍ର ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିଷ୍ପତ୍ତି ନିଆଗଲା । (ଜଗତସିଂହପୁର/ଭାସ୍କର ପଟ୍ଟନାୟକ )













