ଓଡ଼ିଶା ତାଜା ନିୟୁଜ୍ (୧୮ ଅକ୍ଟୋବର ରବିବାର) ଢେଙ୍କାନାଳ :- ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ନୂତନ କଂଗ୍ରେସ ସଭାପତି ମନୋନୀତ ହୋଇଛନ୍ତି। ଜିଲ୍ଲାରେ ସଂଗଠନକୁ ଦୃଢ଼ କରିବା ସହ ଦଳକୁ ଆଗକୁ ଆଗେଇ ନେବା ଉପରେ ଭରସା ରଖି ଦଳ ଶ୍ରୀଯୁକ୍ତ ସରୋଜ ପଟ୍ଟନାୟକଙ୍କୁ ଢେଙ୍କାନାଳ ଜିଲ୍ଲା ନୂତନ କଂଗ୍ରେସ ସଭାପତି ଭାବେ ମନୋନୀତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଶ୍ରୀ ସରୋଜ ପଟ୍ଟନାୟକ କୁହନ୍ତି, ସଂଗଠନକୁ ମଜବୁତ କରିବା ସହିତ ତୃଣମୂଳ ସ୍ତରରେ ଯାଇ କାର୍ଯ୍ୟ କରିବି ଏବଂ ଦଳ କିପରି ଆଗକୁ ବଢ଼ିବ ସେଥିପ୍ରତି ଧ୍ୟାନ ଦେବି। (ରିପୋର୍ଟ୍, ଅମର ରଞ୍ଜନ ଦାସ)













