• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ସାଙ୍ଗକୁ ମହଙ୍ଗା ମାଡ଼ ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧି : ଚିନ୍ତାରେ ଖାଉଟି – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
October 15, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କରୋନା ସାଙ୍ଗକୁ ମହଙ୍ଗା ମାଡ଼ ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧି : ଚିନ୍ତାରେ ଖାଉଟି – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ଆର୍ଥୀକ ଅବସ୍ଥା ସମ୍ପୁର୍ଣ୍ଣ ବିଗିଡ଼ି ଯାଇଛି । ଲୋକେ ଅଂଟା ସଳଖିବାକୁ ଆରମ୍ଭ କରିବା ବେଳକୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହୋଇଥିବାରୁ କରୋନା ସମୟରେ ମହଙ୍ଗା ମାଡ଼ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧି ହୋଇଥିବାରୁ ଗରିବ, ମଧ୍ୟବିତ ଶ୍ରେଣୀର ପରିବାର ଚଳିବେ କିପରି ସେ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ଲକ୍ଷ୍ୟରେ ଦୀର୍ଘ ୬ମାସ ଧରି ଲକଡ଼ାଉନ, ସଟଡ଼ାଉନ କରାଯାଇଥିବାରୁ ଲୋକେ ନିଜ ନିଜର ଜୀବିକା ହରାଇ ବସିଥିଲେ ।

ଔଷଧ, ପନିପରିବା ଓ ରାସନ ଦୋକାନୀକୁ ବାଦ ଦେଲେ ସ୍ଥାନୀୟ ଅଂଚଳର ହୋଟେଲ କର୍ମଚାରୀ, ଫାଷ୍ଟଫୁଡ଼ ଦୋକାନି ମାଲିକ ଓ କର୍ମଚାରୀ, ଗାଡ଼ି ଚାଳକ, ପାନ ଓ ଚାହା ଦୋକାନି ସମେତ ପ୍ରାୟତଃ ସମସ୍ତ ବ୍ୟବସାୟୀଙ୍କ ଆର୍ଥୀକ ଅବସ୍ଥା ଦୋହଲି ଯାଇଥିଲା । ଅନଲକ-୫ କାର୍ଯ୍ୟକାରୀ କରାଯିବା ପରେ ବର୍ତମାନ କିଛି ଦିନ ହେବ ଲୋକେ ରୋଜଗାର ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ଦୀର୍ଘ ୬ମାସ ଧରି ଜୀବିକା ହରାଇଥିବାରୁ ସଂଚିତ ଅର୍ଥକୁ ଶେଷ କରିବା ପରେ ଧାର କରଜ କରି ପରିବାର ପ୍ରତିପୋଷଣ କରିଥିଲେ । ବର୍ତମାନ ସମୟରେ ରୋଜଗାର ଆରମ୍ଭ କରିବା ବେଳକୁ ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କରୋନା ସମୟରେ ବଜାର ଦର ଯାହା ଥିଲା ବର୍ତମାନ ସମୟରେ ବଜାର ଦର ଆକାଶଛୁଆଁ ରହିଛି ।

ପ୍ରତିଦିନ ଆବଶ୍ୟକ ହେଉଥିବା ଡ଼ାଲି, ତେଲ, ଆଳୁ, ପିଆଜ ଓ ପନିପରିବାର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲ ଲିଟର ପିଛା ୧୧୮ ଟଙ୍କା ରହିଥିବା ବେଳେ ହରଡ଼ ଡ଼ାଲି କିଲୋ ପ୍ରତି ୯୬ଟଙ୍କା ରହିଛି । ଗିକିଛି ଦିନ ପୂର୍ବରୁ ହରଡ଼ ଡ଼ାଲି କିଲୋ ପିଛା ୧୧୫ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଡ଼ାଲି ଦର ସାମାନ୍ୟ ହ୍ରାସ ପରେ ଗରିବ ଶ୍ରେଣୀର ଲୋକେ କିଛିଟା ଆଶ୍ୱସ୍ତ ଅନୁଭବ କରିଛନ୍ତି । ହେଲେ ଆଳୁ କିଲୋ ୩୫ ଟଙ୍କା ରହିଥିବା ବେଳେ ପିଆଜ ଦର ୪୬ରୁ ୫୦ ଟଙ୍କା ରହିଛି । ପନିପରିବା ଦର ନକହିଲେ ଭଲ ହେବ । ସମସ୍ତ ପ୍ରକାରର ପନିପରିବାର ଦର ୪୦ଟଙ୍କାରୁ ଉର୍ଦ୍ଧ୍ୱ ରହିଛି । କେନ୍ଦ୍ର ସରକାର ଆଳୁ, ପିଆଜ ଉପରୁ ଅତ୍ୟାବଶ୍ୟକ ସାମଗ୍ରୀର ମାନ୍ୟତା ହଟାଇବା ପରେ ସ୍ଥାନୀୟ ପ୍ରଶାସନ ଆଉ ଦରକୁ ନେଇ କୌଣସି ଅଙ୍କୁଶ ଲଗାଇ ପାରୁନଥିବା ଜଣାପଡ଼ୁଛି । ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ପ୍ରଚୁର ପରିମାଣରେ ପନିପରିବା ଅମଳ କରାଯାଇ ଗଞ୍ଜାମ ଜିଲ୍ଲା ସମେତ ନିକଟସ୍ଥ ଜିଲ୍ଲାକୁ ରପ୍ତାନି କରାଯାଉଥିବା ବେଳେ ବର୍ତମାନ ପୂର୍ବଭଳି ଅମଳ କରାଯାଉନାହିଁ । ଯାହା ବି ଅମଳ କରାଯାଉଥିଲା ଗତ କିଛି ଦିନ ଧରି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ ପ୍ରଭାବରୁ ଗତ ୪ ଦିନ ଧରି ଲଗାଣ ବର୍ଷା ହେବାରୁ ଫସଲ ଜମିରେ ପାଣି ଜମି ରହି ସମ୍ପୁଣ୍ଡ ନଷ୍ଟ ହୋଇଯାଇଛି । ଗୁରୁବାର ହିଞ୍ଜିଳିକାଟୁ ପରିବା ବଜାରରେ ପନିପରିବାର ଖୁଚୁରା ଦର ଛୋଟ କାଙ୍କଡ଼ ୧୦୦, କଟିକି ୬୦(ଦେଶୀ), ବାଇଗଣ ୫୦, ଭେଣ୍ଡି ୩୦, ଜହ୍ନି ୩୦, ଫୁଲକୋବି ୭୦, ବିନିସ୍ ୮୦, ଟମାଟ ୪୦, ବନ୍ଧାକୋବି ୪୦, ଅଲଡ଼ି ୪୦ଟଙ୍କାରେ ବିକ୍ରି ହେଉଥଇବା ଜଣାପଡ଼ିଛି । ବଜାରରେ ଦର ବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍‌ ଶ୍ରେଣୀର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । ମହାମାରୀ କରୋନା ସମୟରେ ଲୋକଙ୍କୁ ଯେତିକି ପରିମାଣରେ କଷ୍ଟ ହୋଇନଥିଲା ବର୍ତମାନ ସମୟରେ ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । (ରିପୋର୍ଟ : ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version