
ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଉତ୍ପାଦନ କାରୀ ଗୋଷ୍ଠୀ ଓ ଉତ୍ପାଦନ କାରୀ କମ୍ପାନୀ ଗଠନ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ରେ ୪୫ଟି ଉତ୍ପାଦନ କାରୀ ଗୋଷ୍ଠୀ ଗଠନ ର ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରେ କୃଷି ଭିତ୍ତିକ ୧୨ଟି ଏବଂ ଅଣ କୃଷି ଭିତ୍ତିକ ଯଥା ହସ୍ତତନ୍ତ,ବୟନ ଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ,ଲଘୁ ବନଜାତ ଦ୍ରବ୍ୟ ର ୧୭ ଟି,ମିଶନ ଶକ୍ତି ର ମହିଳା ମାନଙ୍କୁ ନେଇ ଅଣ କୃଷି ଭିତ୍ତିକ ୮ଟି,ବନ ବିଭାଗ ତଥା ଜନଜାତି ମାନେ ସ°ଗ୍ରହ କରୁଥିବା ଲଘୁ ବନଜାତ ଦ୍ରବ୍ୟ ର ଉତ୍ପାଦ କାରୀ ଙ୍କୁ ନେଇ୮ ଟି, ମୋଟ ୪୫ ଟି ଗୋଷ୍ଠୀ ଗଠନ ପ୍ରକ୍ରିୟା ଉପରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସେହିପରି ଉତ୍ପାଦ କାରୀ ଗୋଷ୍ଠୀ ମାନଙ୍କୁ ଭିତ୍ତିଭୂମି, ବଜାର ଆଦି ର ସୁବିଧା ଯୋଗାଇଦେବା, ଉତ୍ପାଦନ କାରୀ କମ୍ପାନୀ ଗଠନ ନିମନ୍ତେ ଆଲୋଚନା ହୋଇଥିଲା । ବିଭିନ୍ନ ବ୍ଲକ ର କୃଷି ଓ ଅଣ କୃଷି ଉତ୍ପାଦ କାରୀ ଗୋଷ୍ଠୀ ସମୁହକୁ ନେଇ କମ୍ପାନୀ ଗଠନ ନିମନ୍ତେ ସ୍ଥିର କରାଯାଇଥିଲା । ଚାଷୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ମାନେ ଯେପରି ବଜାର ରୁ ଉଚିତ୍ ମୂଲ୍ୟ ପାଇପାରିବେ ସେ ଉପରେ ବିଶଦ ଆଲୋଚନା ହୋଇଥିଲା । ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମାଲ,ନିଲେଶ୍ବର,ପୋଡମୁଣ୍ଡା, ବାଗଡିହି, ସାହାଜବାହାଲ, ଧଉରାଖନ୍ଦା, ବନବସପାଲି, ଡୁମେରପାଲି, ବାଲିଯୁରୀ ପ୍ରଭୁତି ଚାଷୀ ଙ୍କୁ ନେଇ ଏକ ଉତ୍ପାଦ କାରୀ କମ୍ପାନୀ ଗଠନ ନିମନ୍ତେ ଯୋଜନା କରାଯାଇଥିଲା । ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ । ମିଶନ ଶକ୍ତି ର ରାଜ ଗୋପାଳ ଦାଶ, ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)














