
ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବରଗଡ଼ :- ବରଗଡ଼ ସଦର ମହକୁମା ରେ ଥିବା ପୁରୁଣା ମୁଖ୍ୟ ଚିକିତ୍ସାଳୟ ରେ ଚାଲିଥିବା ସିଏଚସି କୁ ସମ୍ପୁର୍ଣ୍ଣ କିର୍ଯ୍ୟକ୍ଷମ କରିବା ଦାବିରେ ଆଜି ବରଗଡ଼ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ବିଗତ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଦର ମହକୁମା ରୁ ଖେଦାପାଲିସ୍ଥିତ ନୂତନ କୋଠା କୁ ସ୍ଥାନାନ୍ତର କରାଯାଇଥିଲା। ସେ ସମୟରେ ସହର ବାସୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ଚିକିତ୍ସାଳୟ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆରମ୍ଭ ହୋଇଥିଲା। ତେବେ ଏଠାରେ ଏ ପର୍ଯ୍ୟନ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରି ନ ଥିବାରୁ ଜନସାଧାରଣ ହଇରାଣ ହେଉଛନ୍ତି।
ଏହାର ତୁରନ୍ତ ସମାଧାନ ଦାବିରେ ସଚେତନ ନାଗରିକ ମାନଙ୍କ ପକ୍ଷରୁ ପୁରୁଣା ଚିକିତ୍ସାଳୟ ପରିସର ମଧ୍ୟରେ ଧାରଣା ଦିଆଯାଇଥିଲା। ଆଜି ପ୍ରତିବାଦ ସ୍ବରୂପ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ପତ୍ର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କୁ ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପତ୍ରରେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଚାଲୁଥିବା ସିଏଚସି ରେ ଆବଶ୍ୟକ ଡାକ୍ତର,ନର୍ସ,ପାରା ମେଡିକାଲ ଷ୍ଟାଫ

ପଦବୀ ଖାଲି, ଅଲଟ୍ରାସାଉଣ୍ଡ ବନ୍ଦ,୧୦୮ ଆମ୍ବୁଲାନ୍ସ ବିଳମ୍ବ ହେଉଥିବା, ମହାପ୍ରୟାଣ ଗାଡ଼ି ବ୍ୟବହାର ହେଉନଥିବା, ପ୍ରସୂତି ବିଭାଗ ବନ୍ଦ, ନିରାମୟ ଔଷଧ ୮୦ ଭାଗ ଉପଲବ୍ଧ ନ ହେବା, କୁ କୁ ର,ସାପ କାମୁଡା ଇ°ଜେକସନ ଏଠାରେ ଉପଲବ୍ଧ ନ ହେବାରୁ ସ୍ବାସ୍ଥ୍ୟ ସେବା ଠପ୍ ହୋଇଯାଇଛି। ସିଏଚସି ଘୋଷଣା କେବଳ ନାମକୁ ମାତ୍ର ହେବା ଯୋଗୁଁ ସହର ବାସୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାର ସମାଧାନ ଶିଘ୍ର କରାନଗଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ରାଲିରେ ଭବାନୀ ସାହୁ, ଅମିତାଭ ପାତ୍ର, ପବିତ୍ର ଦେହୁରୀ, ମାରିଆମ ବାର୍ଲା, ରମେଶ ପତି, ରାଜେନ୍ଦ୍ର ସିକନ୍ଦର, ସବିତା ମଲ୍ଲିକ,ସିବାନନ୍ଦ ମଟାରି, ଅସିତ ସାହୁ, ରମେଶ ମହାପାତ୍ର,ସାଥୀ ମେହେର ମମତା ବେହେରା ପ୍ରମୁଖ ସାମିଲ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)














