ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ପଦ୍ମପୁର :- ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ସାରିଛି । ବହୁ ବର୍ଷ ଧରି କୌଣସି କ୍କବ କିମ୍ବା କମ୍ୟୁନିଟି ସେଣ୍ଟର ନ ଥିବା ବେଳେ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଆପ୍ରାଣ ଉଦ୍ୟମରେ ଆମ ଗାଁ ଆମ ବିକାଶ ଗୃହ ହୋଇ ପାରିଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି । ଏବଂ ସରପଞ୍ଚଙ୍କ କହିବାନୁସାରେ ଆହୁରି ଉନ୍ନତି ମୂଳକ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବାରୁ ଗାଁର ଭଦ୍ରବ୍ୟକ୍ତି ମାନେ ଆନନ୍ଦ ପ୍ରକାଶ କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )














