ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ପଦ୍ମପୁର :- ସରକାର ଙ୍କ ନିଷ୍ପତି ପାଇଁ ଆଜି ବରଗଡ ଜିଲ୍ଲା ର ଅନେକ ୱେସକୋ ମିଟର ରେ କାମ କରୁଥିବା ବ୍ୟକ୍ତି ବିଶେଷ ବେରୋଜଗାର ର ଶିକାର ହୋଇଥିବାର ଜଣାପଡିଛି l ବୁର୍ଲା ୱେସକୋ ଜୋନ ଅଧିନରେ ବରଗଡ ଜିଲ୍ଲା ର ପଦ୍ମପୁର ବିଦ୍ୟୁତ ବିଭାଗ ରେ ମିଟର ରିଡର ଭାବେ ଆଜକୁ ୧୦ ବର୍ଷ ରୁ ଅଧିକ ହେବ ୱେସକୋ ର ବିଭିନ୍ନ ଫ୍ରାନ୍ଚାଇଜ ଅଧିନରେ କାର୍ଯ୍ୟ କରି ଆସୁଥିବା ଏଭଳିକି ମହାମାରୀ କରୋନା ସମୟ ରେ ନିଜ ଜୀବନ କୁ ବାଜିଲଗାଇ ବିଦ୍ୟୁତ ବିଲ ଘରକୁ ଘର ଯାଇ ବିଲ (ରସିଦ) ବଣ୍ଟନ କରି ଆସୁଥିବା ଅନେକ ମିଟର ରିଡର ଆଜି ଚାକିରୀ ରୁ ବଂଚିତ ହୋଇଛନ୍ତି l ଗତ ୩୦.୯.୨୦ ରେ ଓଡିଶା ସରକାର ଙ୍କ ନିଷ୍ପତ୍ତିକ୍ରମେ ଚଳିତ ମାସ ଠାରୁ କାର୍ଯ୍ୟ ରୁ ଅନ୍ତର କରିଦିଆଯାଇ ମହିଳା ସ୍ୱୟଂସହାୟକ ଗୋଷ୍ଟି କୁ ଏଇ କ୍ଷେତ୍ର ରେ ନିୟୋଜିତ କରାଯାଇଛି l
ଯଦ୍ୱାରା ଆଜିକାର ଏଭଳି ମହାମାରୀ ସମୟ ରେ ମିଟର ରିଡର ମାନଙ୍କ ପାଇଁ କୋରଡା ମାଡ ସଦୃଶ ଭଳି ମନେହୁଏ l ଏଣୁ ରାଜ୍ୟସରକାର ମିଟର୍ ରିଡର ମାନଙ୍କ କଥା କୁ ବିଚାର କୁ ନେଇ ଅତିଶିଘ୍ର ପୁନଃନିଯୁକ୍ତି ପ୍ରଦାନ ଦିଗରେ ଯତ୍ନଶୀଳ ହୋଇ ଅସହାୟ ପରିବାର ବର୍ଗ ଙ୍କୁ ସହାୟ ହେବାକୁ ମିଟର ରିଡର ବସନ୍ତ କୁମାର ପଟେଲ, ପ୍ରକାଶ ଚନ୍ଦ୍ର ସାହୁ,ରମେଶ ଖୁନଚି,ବିଶିକେସନ ରଣା,ରୋସନ ସାହା,ଜୟନ୍ତ କୁମାର ପଣ୍ଡା, ଜିତେନ୍ଦ୍ର ପଣ୍ଡା,ବଂଶୀଧର ପଟେଲ,ଦେବେନ୍ଦ୍ର ମୁଶି,ପ୍ରଶାନ୍ତ କୁମାର ବାଗ,ଆଜାଦ ସାହୁ, ପ୍ରଭାତ ରଂଜନ ହିଆଲ୍ ପ୍ରମୁଖ ସ୍ଥାନୀୟ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ସମେତ ବରଗଡ ଜିଲ୍ଲାପାଳ,ଶକ୍ତି ମନ୍ତ୍ରଳାୟ ଭୂବନେଶ୍ୱର,ଶକ୍ତିମନ୍ତ୍ରୀ ଓଡିଶା ସରକାର,ଶ୍ରମ ମନ୍ତ୍ରୀ ଓଡିଶା ସରକାର,ସଚିବ ଶ୍ରମ ବିଭାଗ ଭୂବନେଶ୍ୱର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ( ରିପୋର୍ଟ – ନିରୋଜ କୁମାର ପାଣୀ )














