
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଅକ୍ଟୋବର ସୋମବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମୁଣ୍ଡରଗୁଡ଼ା ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ , ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ନିଉ ଭାରତ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଶିକ୍ଷାବିତ ଲିଙ୍ଗରାଜ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ

ମଙ୍ଗରାଜ ମୁଖ୍ୟ ଅତିଥି , ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର,ରାଜେନ୍ଦ୍ର ଭୋଇ, ଚନ୍ଦ୍ରଭାନୁ କୈବର୍ତ , ବିଦ୍ୟୁତ ନିଆଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଣ୍ଡରଗୁଡା ପଂଚାୟତର ମହିଳା ସ୍ୱାସ୍ଥ୍ୟକର୍ମୀ , ଅଙ୍ଗନବାଡ଼ି , ଆଶାକର୍ମୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ମାନପାତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମଟିକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପଦ୍ମାବତୀ ପଟେଲ ଓ ମିଲନ କୁମାର ଭୋଇ ସଂଯୋଜନା କରିଥିଲେ । ସଂଗଠନର ସମ୍ପାଦକ ଅଭିନାଶ ମୁଣ୍ଡ ଓ ସୁରେନ୍ଦ୍ର ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଦନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)














