କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- କଣ୍ଟାବାଞ୍ଜି ସହରର ପ୍ରମୁଖ ସପିଂ ଡେଷ୍ଟିନେସନ୍ ତୁଳସୀ NXT ପକ୍ଷରୁ ଗତ କିଛି ମାସ ଧରି ଚାଲିଥିବା ଲକି ଡ୍ର’ ଯୋଜନାର ଭବ୍ୟ ସମାପନ ସମାରୋହ ଧୁମ୍ ଧାମ୍ ରେ ଅନୁଷ୍ଠିତ ହୋଇଛି। ଗଣ୍ୟମାନ୍ୟ ଅତିଥି ଓ ଶହ ଶହ ଗ୍ରାହକଙ୍କ ଉପସ୍ଥିତିରେ ଭାଗ୍ୟଶାଳୀ ବିଜେତାଙ୍କ ନାଁ ଘୋଷଣା ହେବା ପରେ ପୁରା ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ତଥା ବଲାଙ୍ଗୀର ଜିଲ୍ଲା ବିଜେପି ସମ୍ପାଦକ ପୂରଣ ବାଗ ଯୋଗଦେଇଥିବା ବେଳେ ଅଗ୍ରୱାଲ ସଭା କଣ୍ଟାବାଞ୍ଜିର ସଭାପତି ଅଶୋକ ଛାପଡ଼ିଆ,

ସମ୍ପାଦକ ଲଳିତ ଅଗ୍ରୱାଲ, ଆଇନଜୀବୀ ବିକାଶ ଶର୍ମା ଓ ଯୋଗେଶ ଖେତାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ତୁଳସୀ NXTର ମ୍ୟାନେଜିଂ ଡାଇରେକ୍ଟର ଗୋପାଳ ଜୈନ ଏବଂ ପରିଚାଳନା ସଦସ୍ୟ ନରେଶ ଜୈନ, ଅଜିତ ଜୈନ ଓ ଆଶିଷ ଜୈନ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ଲକି ଡ୍ର’ ମାଧ୍ୟମରେ ଭାଗ୍ୟଶାଳୀ ବିଜେତାଙ୍କ ଚୟନ କରାଯାଇଥିଲା।
ଏହି ଆୟୋଜନକୁ ନେଇ ଗ୍ରାହକ ଓ ସହରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ତୁଳସୀ NXT ପରିଚାଳନା ପକ୍ଷରୁ ସମସ୍ତ ଅତିଥି, ଗ୍ରାହକ ଓ ସହରବାସୀଙ୍କ ଅକୁଣ୍ଠ ସ୍ନେହ, ସହଯୋଗ ଏବଂ ନିରନ୍ତର ବିଶ୍ୱାସ ପାଇଁ କୃତଜ୍ଞତା ଜଣାଯାଇଛି । ୧୯୯୪ ମସିହାରୁ ଗ୍ରାହକଙ୍କ ବିଶ୍ୱାସ ଓ ଭଲପାଇବାକୁ ପାଥେୟ କରି ଆଗକୁ ବଢ଼ୁଥିବା ତୁଳସୀ NXT ଆଗାମୀ ଦିନରେ ମଧ୍ୟ ଉନ୍ନତମାନର ସାମଗ୍ରୀ, ଉତ୍କୃଷ୍ଟ ସେବା ଓ ଉତ୍ତମ କ୍ରୟ ଅନୁଭୂତି ପ୍ରଦାନ କରିବାକୁ ପ୍ରତିବଦ୍ଧ ବୋଲି ପରିଚାଳନା ପକ୍ଷରୁ ପ୍ରକାଶ କରାଯାଇଛି।














