ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ମାର୍ଗଶିର ମାସ କୃଷ୍ଣପକ୍ଷ ପ୍ରତିପଦ ତିଥି (ବୁଧବାର) ସନ୍ଧ୍ୟାରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠରେ ପ୍ରାକ୍ତନ ମହନ୍ତ ଶ୍ରୀ ରାମ ଚରଣ ଦାସଙ୍କ ବୈକୁଣ୍ଠ ପ୍ରାପ୍ତି ମହୋତ୍ସବ ମହାସମାରୋହରେ ପାଳିତ ହେବା ସହ ନୂତନ ମହନ୍ତ ଶ୍ରୀ ଦେବାଶିଷ ଦାସଙ୍କ ଶାଟିକା ବନ୍ଧନ ମହୋତ୍ସବ ନିମ୍ବାର୍କ ସମ୍ପ୍ରଦାୟ ପରମ୍ପରା ରୀତିନୀତିରେ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଅଛି ।

ଏହି ମହାସମାରୋହରେ ପୁରୀ ସହର ତଥା ଅନ୍ତ ରାଜ୍ୟ ଓ ଭାରତର ଧାର୍ମିକ କ୍ଷେତ୍ର ଅଯୋଧ୍ୟା ଓ ବୃନ୍ଦାବନରୁ ଆସିଥିବା ସନ୍ଥ ମହନ୍ତ, ମଣ୍ଡଳେଶ୍ୱର ଓ ଶତାଧିକ ସାଧୁ ଏବଂ ଭକ୍ତ ମାନଙ୍କ ଉପସ୍ଥିତିରେ ବଡ଼ ଆଖଡ଼ା ମଠର ଶ୍ରୀମହନ୍ତ ହରି ନାରାୟଣ ଦାସଜୀ ମହାରାଜ, ନେବଳ ଦାସ ମଠର ମହନ୍ତ ତଥା ଚତୁଃ ସମ୍ପ୍ରଦାୟର ସଭାପତି ଡଃ.ରାମ ଚରଣ ଦାସଜୀ ମହାରାଜ, ସମ୍ପାଦକ ତଥା ରାଧାଶ୍ୟାମ ମଠର ମହନ୍ତ ସୁବଳ ଚରଣ ଦାସଜୀ ମହାରାଜ, ଶ୍ରୀକ୍ଷେତ୍ର ମଠାଧିଶ ସେବାସଂଘର ସଭାପତି ତଥା ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସଜୀ ମହାରାଜ, ସମ୍ପାଦକ ତଥା ମହି ପ୍ରକାଶ ମଠର ମହନ୍ତ ମହାରାଜ ସ୍ୱାମୀ ସୁଭାନନ୍ଦ ପୁରୀ,

ସଂଗଠନ ସମ୍ପାଦକ ତଥା ହାତୀ ଆଖଡ଼ା ମଠର ମହନ୍ତ ସୁଖରାମ ଦାସଜୀ ମହାରାଜ, ନିର୍ମୋହୀ ଆଖଡ଼ାର ମହନ୍ତ ବାବନ ଚରଣ ଦାସଜୀ ମହାରାଜ, ରାମଜୀ ମଠର ମହନ୍ତ ବଂଶୀଧର ଦାସଜୀ ମହାରାଜ, କଞ୍ଚୁଡ ମଠର ମହନ୍ତ ଡଃ.ହରି ହର ଦାସଜୀ ମହାରାଜ, ରାଧାକାନ୍ତ ମଠର ମହନ୍ତ କୃଷ୍ଣ ଗୋପାଳ ଦାସଜୀ ମହାରାଜ, ମଣିରାମ ମଠର ମହନ୍ତ ଅଭିରାମ ଦାସଜୀ ମହାରାଜ, ବଳରାମକୋଟ ମଠର ମହନ୍ତ ରଘୁବୀର ଦାସଜୀ ମହାରାଜ,

ଡେଙ୍ଗା ପଦର୍ ମଠର ମହନ୍ତ ପରମାନନ୍ଦ ଦାସଜୀ ମହାରାଜ, ସିଦ୍ଧ ବକୁଳ ମଠର ମହନ୍ତ ଶ୍ରୀନିବାସ ଦାସଜୀ ମହାରାଜ, ପଣ୍ଡିତ ମଠର ମହନ୍ତ ଗଦାଧର ରାମାନୁଜ ଦାସଜୀ ମହାରାଜ, ପାପୁଡିଆ ମଠର ଚେଲା ମହନ୍ତ ବିଜୟ ରାମ ଦାସଜୀ ମହାରାଜ, ନାଗା ମଠର ମହନ୍ତ କୃଷ୍ଣ ଚୈତନ୍ୟ ଦାସଜୀ ମହାରାଜ, ଦକ୍ଷିଣ ପାର୍ଶ୍ୱ ମଠର ମହନ୍ତ ରଘୁନନ୍ଦନ ରାମାନୁଜ ଦାସଜୀ ମହାରାଜ,

ସାନ ମଠର ଶ୍ରୀ ମହନ୍ତ ବୈଷ୍ଣବ ଚରଣ ଦାସଜୀ ମହାରାଜ ପ୍ରମୁଖ ନିର୍ବାଣୀ ଆଖଡ଼ା ମଠର ପ୍ରାକ୍ତନ ମହନ୍ତ ସ୍ୱର୍ଗତ ଶ୍ରୀ ରାମ ଚରଣ ଦାସଜୀ ମହାରାଜଙ୍କ ସୁଯୋଗ୍ୟ ଚେଲା ଶ୍ରୀ ଦେବାଶିଷ ଦାସଙ୍କୁ ଶାଟିକା ବନ୍ଧନ କରାଇ ନିର୍ବାଣୀ ଆଖଡ଼ା ମଠର ମହନ୍ତ ରୂପରେ ଗଣ୍ୟ ଘୋଷଣା କରିଥିଲେ ଓ ମହୋତ୍ସବ ପରିସମାପ୍ତିରେ ସମସ୍ତ ସନ୍ଥ ମହନ୍ତ ଭକ୍ତ ଏବଂ ବ୍ୟକ୍ତି ବିଶେଷ ମାନେ ମହାପ୍ରସାଦ ସେବନ କରି ଶ୍ରୀ ଦେବାଶିଷ ଦାସଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।














