No Result
View All Result

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ହତାରେ ରହିଛି ମହୋଦଧି ସବ ପୋଷ୍ଟ ଅଫିସ । ପ୍ରତିଦିନ ଶହ ଶହ ଓକିଲ, ମୋହରିର, ଷ୍ଟାମ୍ପ ଭେଣ୍ଡର, ମହକିଲ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏହି ପୋଷ୍ଟ ଅଫିସରେ ବିଭିନ୍ନ ସୁବିଧା ପାଇଥାନ୍ତି । ସବ ରେଜିଷ୍ଟର ଅଫିସ, ତହସିଲ ଅଫିସ, ଜିଲ୍ଲା ପରିଷଦ ଅଫିସ, ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ, ଏମରଜେନସୀ ଅଫିସ, ଡିଏସଏସଓ, ଜିଲ୍ଲା ରେକର୍ଡ ରୁମ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର କର୍ମଚାରୀ ମାନେ ଏହି ପୋଷ୍ଟ ଅଫିସରେ ରେଜିଷ୍ଟି ଚିଠି, ସ୍ପିଡ ପୋଷ୍ଟ, ମନି ଅର୍ଡର, ରେଭେନ୍ୟୁ ଷ୍ଟାମ୍ପ, ଏସବି ଓ ଆରଡି ଆକାଉଣ୍ଟ ଖୋଲିବା କାର୍ଯ୍ଯ କରିଥାନ୍ତି । ଏହି ପୋଷ୍ଟ ଅଫିସ କୁ ମୁଖ୍ଯ ପୋଷ୍ଟ ଅଫିସରେ ମିଶ୍ରଣ କରିବା ପାଇଁ ଖବର ପଚାରିତ ହେବା ପରେ ଆଇନଜୀବୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ମୁଖ୍ଯ ପୋଷ୍ଟ ଅଫିସ ଯାଇ ଆଇନଜୀବୀ ମାନେ ଧାଡିରେ ଠିଆ ହୋଇ ପୋଷ୍ଟ କାର୍ଯ୍ଯ କରିବା କଷ୍ଟକର ହେବ । ଏହି ସବ ପୋଷ୍ଟ ଅଫିସକୁ ସ୍ଥାନାନ୍ତର ଓ ମିଶ୍ରଣ କରାଗଲେ ଆଇନଜୀବୀ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ଚେତାବନି ଦେଇଛନ୍ତି । ଏ ସମ୍ପର୍କରେ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଦ୍ବାରା ଜଣାଇଛନ୍ତି । ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ, ରାମଚନ୍ଦ୍ର ମହାପାତ୍ର, ବିଜୟ ମିଶ୍ର ଲକ୍ଷ୍ମଣ ମହାପାତ୍ର, ଭାଗିରଥୀ ସ୍ବାଇଁ, ରବି ଆଚାର୍ଯ୍ଯ, ଦିଲ୍ଲୀପ ମହାନ୍ତି, ରଞ୍ଜନ ବେହେରା ଓ ସମେତ ଷ୍ଟାମ୍ପ ଭେଣ୍ଡର ଭାଗ୍ଯଧର ସେନାପତି, ଅରୁଣ କୁମାର ଓ ମହକିଲ ମାନଙ୍କ ସ୍ବାକ୍ଷର କରି ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

No Result
View All Result