ପାରଳାଖେମୁଣ୍ଡି:(ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସମ୍ବିଧାନ ଦିବସ ଅବସରରେ ମେରା ଯୁବା ଭାରତ ଗଜପତି ପକ୍ଷରୁ ରାୟଗଡ଼ା ବ୍ଲକ୍ର ସେବକପୁରସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ବିକଶିତ ଭାରତ ଯୁବ ସଂବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସ୍ବାସ୍ଥ୍ଯ ଅଧିକାରୀ ଡାକ୍ତର ତୁଫାନ ନାୟକ, ଡିଇଏମଓ ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ର ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ । ଏଥିସହ ଯୁବ ଆଇକନ୍ ଶ୍ରୀ ବରେଣ୍ୟ ରଇତା ମଧ୍ୟ ଉପସ୍ଥିତ ରହିଥିଲେ ।
















