No Result
View All Result

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରସ୍ଥିତ ସତ୍ୟସାଇ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।ଏହି ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ ତିରୁପତି ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ ଯୋଗଦେଇଥିଲେ। ଅତିଥିମାନଙ୍କ ଉପସ୍ଥିତି ଉତ୍ସବର ଗାରିମାକୁ ବୃଦ୍ଧି କରିଥିଲା।ଜନ୍ମୋତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ସମ୍ପନ୍ନ କରିବାରେ ଆୟୋଜକ ଓ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ରହିଥିଲା।

ଜିଲ୍ଲା ସଭାପତି ଟି. ଦେବଦାସ, ଜିଲ୍ଲା ଯୁବ ସଂଯୋଜକ ଅନୁମାନ ପାଢ଼ୀ, ଭଜନ ଦାୟିତ୍ୱରେ ସାଇ ପାଣିଗ୍ରାହୀ, ଆଧ୍ୟାତ୍ମିକ ଦାୟିତ୍ୱରେ ରାଜେଶ୍ୱର ରାଓ, ଏସ୍ଆର୍ପି ନର୍ସିଂ ପଣ୍ଡା ଏବଂ ସେବାଦଳ ସଂଯୋଜକ ସୁଦର୍ଶନ ମହାରଣା ପ୍ରମୁଖ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିଲେ।ସେହିପରି ଭକ୍ତ ଓ ସେବାଦଳ ମଧ୍ୟରେ ସମନ୍ୱୟ ରକ୍ଷା ଦାୟିତ୍ୱରେ ପି.ସି. ପାତ୍ର, ରବି, ମନ୍ମଥ, ଅଶୋକ ଚୌଧୁରୀ ଓ ଏମ୍. ପ୍ରବୀଣ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଓ ଭକ୍ତମାନଙ୍କ ସହଯୋଗରେ ସମସ୍ତ ଆୟୋଜନ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ଆଧ୍ୟାତ୍ମିକତା ସହିତ ସେବା, ଶୃଙ୍ଖଳା, ପ୍ରେମ ଓ ମାନବିକତାର ମୂଲ୍ୟବୋଧକୁ ଜୀବନରେ ଆପଣାଇବା ହିଁ ଏଭଳି ଉତ୍ସବର ପ୍ରକୃତ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଭକ୍ତମାନେ ମତ ପ୍ରକାଶ କରିଥିଲେ।ପରିଶେଷରେ ସମସ୍ତଙ୍କ ମିଳିତ ସହଯୋଗ, ନିଷ୍ଠା, ଶୃଙ୍ଖଳା ଓ ସେବା ମନୋଭାବ ଯୋଗୁଁ ଜନ୍ମୋତ୍ସବଟି ଭକ୍ତି, ଆନନ୍ଦ ଓ ଆଧ୍ୟାତ୍ମିକ ଚେତନାମୟ ପରିବେଶ ମଧ୍ୟରେ ସଫଳତାର ସହ ସମାପନ ହୋଇଥିଲା।

No Result
View All Result