ଓଡ଼ିଶା ତାଜା ନ୍ୟୁଜ (୭ ଅକ୍ଟୋବର ବୁଧବାର) କଳାହାଣ୍ଡି :– ସରକାର ଯଥାସମ୍ଭବ କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବିରେ ମ.ରାମପୁର ବ୍ଳକ ଆଦିବାସୀ ସଂଘ ପକ୍ଷରୁ ଦାବି ହେଉଛି। ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ସ୍ଥାନୀୟ ଜେନା ବୁଡା ମନ୍ଦିରରୁ ଏକ ଶୋଭାଯାତ୍ରା ମ.ରାମପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ମଞ୍ଚର ସଭାପତି ପ୍ରକାଶ ମାଝୀ, ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ପଶ୍ଚିମ ଓଡ଼ିଶା ବିକାଶ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ,ବ୍ଳକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ସରପଞ୍ଚ ଚିତ୍ତରଞ୍ଜନ ବାଗ,ବ୍ଳକ କଂଗ୍ରେସ ସଭାପତି ବିଭୁତି ଭୁଷଣ ମହାକୁଡ଼, ଧନସିଂ ମାଝୀ,ଚମରା ବଗର୍ତ୍ତି, ପ୍ରଭାକର ନାଗ, ଅଖିଳ ଭାରତୀୟ ଗୈ।ଣ୍ଡୱ। ନା ଗୈ।ଣ୍ଡ ଆୟୋଜନ ସମିତିର ସଭାପତି ପଦ୍ମନ ପାତ୍ର, ସଂପାଦକ ଲକ୍ଷ୍ମଣ ଧରୁଆ, ଆଇନଜୀବୀ ସତ୍ୟଜିତ ଚାଟାର୍ଜୀ,ଶରତ ଚନ୍ଦ୍ର ପୁଝାରୀ, ପ୍ରତାପ ଚନ୍ଦ୍ର ରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

୧୯୯୨ ମସିହାରୁ ମ.ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି ହୋଇଆସୁଛି।ହେଲେ ଏ ଯାଏଁ ତାହା ପୂରଣ ହେଉନଥିବାରୁ ଜନ ଅସନ୍ତୋଷ ଲାଗି ରହୁଛି। କଳାହାଣ୍ଡି ଜିଲ୍ଲାରେ ୨ଟି ରାଜସ୍ଵ ଉପଖଣ୍ଡ ରହିଥିବା ବେଳେ ମ.ରାମପୁର ହେଉଛି କର୍ଲାମୁଣ୍ଡା, କେସିଙ୍ଗା ଓ ନର୍ଲା ବ୍ଳକର ୯ଟି ପଞ୍ଚାୟତର ମଧ୍ୟଭାଗରେ ଅବସ୍ଥିତ। ଏ ଅଞ୍ଚଳବାସୀଙ୍କ ପାଇଁ ଭବାନୀପାଟଣା ରାଜସ୍ଵ ଉପଖଣ୍ଡର ଦୂରତା ଆକଳନ କରାଯାଏ ତେବେ ମ.ରାମପୁର ବ୍ଳକ ଲୁବେନଗଡ ପଞ୍ଚାୟତ ବାସୀଙ୍କ ପାଇଁ ୧୪୦ କି.ମିରୁ ଅଧିକ, କର୍ଲାମୁଣ୍ଡା ବ୍ଳକର ତେରେସିଂହା ଅଞ୍ଚଳ ପାଇଁ ପ୍ରାୟ ୧୦୦ କି.ମି ,ନର୍ଲା ବ୍ଳକର ସେରଗଡ ପଞ୍ଚାୟତ ବାସୀଙ୍କ ପାଇଁ ପ୍ରାୟ ୫୦ କି.ମି, କେସିଙ୍ଗା ବ୍ଳକ ବେଳଖଣ୍ଡିବାସୀଙ୍କ ପାଇଁ ୮୫ କି.ମି ଦୂର ହୋଇଥାଏ। ତେଣୁ ଲୋକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଯଥାସମ୍ଭବ ମ.ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି ହେଉଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)














