ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ପରିସରରେ ଆୟୋଜିତ ହୋଇଥିବା ସ୍ମୃତି ପୁରସ୍କାର ଓ ଶିଶୁ ଦିବସ ସମାରୋହ ଅବସରରେ ବିଦ୍ୟାଳୟର ଦୁଇଜଣ ଛାତ୍ର ପୂର୍ଣ୍ଣଚନ୍ଦ୍ର ସାହୁ, ଆଶୁତୋଷ ମହାରଣା ଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ନୀଳମଣି ସାହୁ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶରତ ଚନ୍ଦ୍ର ସାହୁ, ସଂପାଦକ ଜଗନ୍ନାଥ ଦାସ, ପ୍ରାକ୍ତନ ଛାତ୍ର ଉମେଶ ପଟ୍ଟନାୟକ ଓ ମାଗୁଣି ଚରଣ ଖଣ୍ଡା ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି କୈଳାସ ପ୍ରଧାନ,ଉପସଭାପତି ଗୀତାଞ୍ଜଳି ବିଶ୍ୱାଳ ଯୋଗଦେଇ ଦୁଇ ଛାତ୍ର ଙ୍କୁ ପୁରସ୍କାର ସ୍ୱରୂପ ମେମେଣ୍ଟୋ ଏବଂ ଅଢେଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।















