କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ଓଡ଼ିଶା ଜନତା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରତ୍ୟେକ ୱାର୍ଡରେ ୱାର୍ଡ ସଭା ଆୟୋଜନ କରି ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରତ୍ୟେକ ୱାର୍ଡରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ବୈଠକରେ ଜିଲ୍ଲା ସଭାପତି ରୁପେଶ ବେହେରା, ଯୁବ ନେତା ଅରୁଣ କୁମାର ତାଣ୍ଡି, ଦେବଦତ୍ତ ମଜଖଣ୍ଡ, ପ୍ରଦ୍ୟୁମ୍ନ ବହିଦାର, ପ୍ରତାପ ବହିଦାର, ଗୋବିନ୍ଦ ବାଗ, ଶ୍ୟାମ ସୁନା ଓ ମହେଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତ୍ୟେକ ୱାର୍ଡରେ ୱାର୍ଡ ସଭା ଆୟୋଜନ କରି ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା ।














