No Result
View All Result

ସ୍ଥାୟୀ ବ୍ୟବସ୍ଥା ଦାବିରେ ଅଟଳ ପୁରୀବାସୀ, ଅବ୍ୟାହତ ରହିଲା ଅହିଂସକ ସତ୍ୟାଗ୍ରହ
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ସୁବିଧାଜନକ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ତଥା ସ୍ଥାୟୀ ବ୍ୟବସ୍ଥା ପ୍ରଣୟନ ଦାବିରେ ଜାରି ରହିଥିବା ସଚେତନତା ପଦଯାତ୍ରା ଆଜି ୨୨୫ ଦିନରେ ପହଞ୍ଚିଛି। ଏହି ଦାବିରେ ସିଂହଦ୍ୱାର ସମ୍ମୁଖରେ ଚାଲିଥିବା ଅହିଂସକ ସତ୍ୟାଗ୍ରହ ଆଜି ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଥିଲା। ପଦଯାତ୍ରାରେ ଯୋଗଦେଇଥିବା ସଚେତନ ନାଗରିକମାନେ ପୁରୀବାସୀଙ୍କ ନ୍ୟାଯ୍ୟ ଅଧିକାର ପ୍ରତି ନିଜର ଦୃଢ଼ ସମର୍ଥନ ଜଣାଇଥିଲେ ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ଏହି ଦାବି କୌଣସି ଅନୁଗ୍ରହ ନୁହେଁ, ବରଂ ସେମାନଙ୍କର ନ୍ୟାଯ୍ୟ ଅଧିକାର। ଏହି ଦାବିର ସ୍ଥାୟୀ, ସମ୍ମାନଜନକ ଓ ଗ୍ରହଣୀୟ ସମାଧାନ ନହେବା ପର୍ଯ୍ୟନ୍ତ ଗାନ୍ଧୀବାଦୀ ସତ୍ୟ, ଅହିଂସା ଓ ସତ୍ୟାଗ୍ରହର ପଥରେ ଆନ୍ଦୋଳନ ନିରନ୍ତର ଜାରି ରହିବ । ଆଜିର ଏହି ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, କାହ୍ନୁଚରଣ ପ୍ରଧାନ, ସୀତା ନାୟକ, ମମତା ସ୍ୱାଇଁ, ଯାଦବାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ବରୁଣ ମହାପାତ୍ର ଓ ବାପିନା ସାମନ୍ତରାୟଙ୍କ ସମେତ ବହୁ ସଚେତନ ନାଗରିକ ଯୋଗଦେଇଥିଲେ। ଜୟ ଶ୍ରୀଜଗନ୍ନାଥ !
No Result
View All Result