• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

Proprietor Abhimanyu Maharana by Proprietor Abhimanyu Maharana
November 12, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ୱାଶିଂଟନ୍‌ :- ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍ ରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ହ୍ୱାଇଟ୍ ହାଉସର ସୁରକ୍ଷା ବଳୟ ନିକଟରେ ଏକ କାର୍ ଦୁର୍ଘଟଣା ପରେ ଲକ୍ ଡାଉନ୍ ଜାରି କରାଯାଇଛି । ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ୱାଶିଂଟନ୍ ଡିସିର ଲାଫାୟେଟ୍‌ ସ୍କ?ୟାରରେ ନିକଟରେ ଏକ ସେଡାନ୍‌ କାର୍ ସାଇନ୍ ବୋର୍ଡକୁ ଧକ୍କା ଦେଇଥିଲା । କିଛି ସମୟ ପାଇଁ ସେହି ସ୍ଥାନରେ ଧୂଆଁ ବ୍ୟାପି ଯାଇଥିଲା । ଏହା ପରେ ତୁରନ୍ତ ହ୍ୱାଇଟ୍ ହାଉସକୁ ସୁରକ୍ଷା ବଳୟ ଭିତରେ ରଖା ଯାଇଥିଲା । ଏହି ସମୟରେ ହ୍ୱାଇଟ୍‌ ହାଉସ୍ ଭିତରେ ଉପସ୍ଥିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଥିବାରୁ ସୁରକ୍ଷା ଦୃଷ୍ଟିରୁ କିଛି ସମୟ ପାଇଁ ହ୍ୱାଇଟ୍ ହାଉସକୁ ଲକ୍ ଡାଉନ୍ ରେ ରଖାଯାଇଥିଲା । ସିକ୍‌ରେଟ୍ ସର୍ଭିସ୍ ଅଧିକାରୀ ଓ ନ୍ୟାସନାଲ୍‌ ଗାର୍ଡ ଯବାନ କାରରେ ଥିବା ଦୁଇ ଜଣ ଯାତ୍ରୀଙ୍କୁ ତୁରନ୍ତ ଗିରଫ କରିଥିଲେ ।

ଆଉ ଜଣେ ବ୍ୟକ୍ତି ଲାଫାୟେଟ୍ ପାର୍କରେ ଲାଗିଥିବା ବ୍ୟାରିକେଡ୍ ଡେଇଁ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ମଧ୍ୟ ଗିରଫ କରିଛି ସିକ୍‌ରେଟ୍ ସର୍ଭିସ୍ । ଦୁର୍ଘଟଣା କିପରି ଘଟିଲା ସେ ନେଇ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ ପାଟନା: ବିହାରର ସମ୍ରାଟ ଚୌଧୁରୀ ସରକାର କାର୍ଯ୍ୟରେ ଅବହେଳା କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଙ୍ଗଳବାର ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାରେ ଅବହେଳା କରିଥିବା ୧୫ ଜଣ ଅଧିକାରୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି । ଯେଉଁଥିରେ ରାଜସ୍ୱ, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାର ଅଧିକାରୀମାନେ ସାମିଲ ଅଛନ୍ତି । ରାଜ୍ୟସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ସମୟରେ, ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ ।

କେତେକ ମାମଲାରେ ସମ୍ପୃକ୍ତ ଅଧିକାରୀମାନଙ୍କର ଅବହେଳା ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ୧୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ୱରୂପ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ରାଜସ୍ୱ ଓ ଭୂ-ସଂସ୍କାର ବିଭାଗର ଅଟନ୍ତି । ଉକ୍ତ ବିଭାଗର ୯ ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ବ୍ୟତୀତ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ବିଭାଗର ୪ ଜଣ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଅଧିକାରୀ ଏବଂ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଏହା ସହିତ ମୁଖ୍ୟମନ୍ତ୍ରୀ ଚୌଧୁରୀ ସମସ୍ତ ଅଭିଯୋଗ ଆବେଦନର ତୁରନ୍ତ ସମାଧାନ କରିବାକୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନୂଆଦିଲ୍ଲୀ,୧୦ା୧୧: କାହିଁକି ପ୍ରଧାନମନ୍ତ୍ରୀ ହେବାକୁ ମନା କରିଥିଲେ ସୋନିଆ ଗାନ୍ଧୀ? ୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହେବା ପରେ କାହିଁକି ଦେଶର ସର୍ବୋଚ୍ଚ ରାଜନୈତିକ ପଦବୀକୁ ପ୍ରତ୍ୟାଖ୍ୟାନ କରିଥିଲେ ସେ? ଏହାର ରୋଚକ ଏବଂ ଭାବପ୍ରବଣ କାରଣ ସାମ୍ନାକୁ ଆଣିଛି ସୋନିଆ ଗାନ୍ଧୀଙ୍କ ନୂଆ ଆତ୍ମଜୀବନୀ ‘ବିଲଗିଂଙ୍ଗ: ଏ ଜର୍ଣ୍ଣି ଅଫ ଲଭ୍‌’ରେ ଉଲ୍ଲେଖ କରିଛନ୍ତି । ମଙ୍ଗଳବାରଠାରୁ ବଜାରକୁ ଆସିଛି ଏହି ପୁସ୍ତକ । କୌଣସି ଆନୁଷ୍ଠାନିକ ଉନ୍‌ମୋଚନ ଉତ୍ସବ ବିନା ଏହା ପାଠକଙ୍କ ପାଇଁ ଉପଲବ୍ଧ ହୋଇଛି ।

ଏହା କୌଣସି ରାଜନୈତିକ ସ୍ମୃତିଚାରଣ ନୁହେଁ, ବରଂ ତାଙ୍କ ଜୀବନ, ପରିବାର, ଭଲପାଇବା, ଦୁଃଖ ଓ ଭାରତ ସହ ତାଙ୍କ ସମ୍ପର୍କର ଏକ ବ୍ୟକ୍ତିଗତ କାହାଣୀ ବୋଲି କହିଛନ୍ତି ସୋନିଆ ।ପୁସ୍ତକରେ ୨୦୦୪ ମସିହାର ଏକ ବଡ଼ ରାଜନୈତିକ ଘଟଣାକୁ ନେଇ ମନ ଖୋଲିଛନ୍ତି ସୋନିଆ । ଲୋକସଭା ନିର୍ବାଚନରେ କଂଗ୍ରେସ ମେଣ୍ଟର ବିଜୟ ପରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ତାଙ୍କ ଉପରେ ସହଯୋଗୀ ଦଳଗୁଡ଼ିକର ପ୍ରବଳ ଚାପ ରହିଥିଲା । ପ୍ରଥମରୁ ଏହି ପଦ ଗ୍ରହଣ କରିବାକୁ ଅନିଚ୍‌ଛୁକ ଥିଲେ ମଧ୍ୟ ମେଣ୍ଟ ସହଯୋଗୀଙ୍କ ଚାପରେ ସେ କିଛି ସମୟ ପାଇଁ ସମ୍ମତି ଦେଇଥିଲେ । ହେଲେ ଶେଷରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲେ ।ସୋନିଆଙ୍କ ଏହି ନିଷ୍ପତ୍ତି ପଛରେ ତାଙ୍କ ପିଲାମାନଙ୍କ ଭୟ ଓ ଚିନ୍ତା ଏକ ପ୍ରମୁଖ କାରଣ ଥିଲା । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜ ମା’ଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନଥିଲେ ।

କାରଣ, ସେମାନେ ନିଜ ଆଖି ଆଗରେ ଜେଜେମା\’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ବାପା ରାଜୀବ ଗାନ୍ଧୀଙ୍କ ବୋମା ବିସ୍ଫୋରଣରେ ମୃତ୍ୟୁର ଦୁଃଖଦ ଘଟଣା ଦେଖିଥିଲେ । ଏଭଳି ସ୍ଥିତିରେ ଦେଶର ସର୍ବୋଚ୍ଚ ପଦବୀରେ ବସିଲେ ମା’ଙ୍କ ଜୀବନ ପ୍ରତି ବିପଦ ବଢ଼ିପାରେ ବୋଲି ଦୁହେଁ ଭୟ କରୁଥିଲେ ।ସୋନିଆ କହିଛନ୍ତି, ତାଙ୍କ ଜୀବନର ଅନେକ ବ୍ୟକ୍ତିଗତ ଅନୁଭୂତି ଓ ଭାବନାକୁ ସେ ସବୁବେଳେ ନିଜ ଭିତରେ ରଖିଛନ୍ତି । ପରିବାରର ଦୁଃଖଦ ଘଟଣା ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲେ ମଧ୍ୟ ସେ ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ରାଜନୀତିଠାରୁ ଅଲଗା ରଖିବାକୁ ଚେଷ୍ଟା କରିଛନ୍ତି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୂର୍ବରୁ ଆଉ ଜଣେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ମା’ ସୋନିଆ ଗାନ୍ଧି । ରାହୁଲଙ୍କ ବଡ଼ ଭାଇଙ୍କ ସମ୍ପର୍କରେ ବିଶେଷ ତଥ୍ୟ ଗାନ୍ଧି ପରିବାର କେବେ ବି ସର୍ବସାଧାରଣରେ କହି ନାହିଁ ।

କିନ୍ତୁ ଏବେ ସୋନିଆ ଗାନ୍ଧି ପ୍ରଥମ ପୁତ୍ର ସନ୍ତାନଙ୍କ ସମ୍ପର୍କରେ ନିଜର ବହି ‘ବିଲଗିଂଙ୍ଗ: ଏ ଜର୍ଣ୍ଣି ଅଫ ଲଭ୍‌’ରେ ଉଲ୍ଲେଖ କରିଛନ୍ତି । ରାହୁଲ ଗାନ୍ଧିଙ୍କ ଜନ୍ମର ଠିକ ବର୍ଷକ ପୂର୍ବରୁ ସୋନିଆ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆଉ ଏକ ପୁତ୍ର ସନ୍ତାନର ମା’-ବାପା ହୋଇଥିଲେ । କିନ୍ତୁ ପୁତ୍ର ସନ୍ତାର ଖୁସି ଗାନ୍ଧି ପରିବାର ସହ କେବଳ କିଛି ଘଣ୍ଟା ପାଇଁ ରହିଥିଲା ।କାରଣର ଜନ୍ମର କିଛି ଘଣ୍ଟା ପରେ ପୁତ୍ର ସନ୍ତାନ ଜଣଙ୍କ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଥିଲେ । ଏହି ଘଟଣା ଉଭୟ ରାଜୀବ ଓ ସୋନିଆଙ୍କୁ ପୂରା ଭାଙ୍ଗି ଦେଇଥିଲା । ଗାନ୍ଧି ପରିବାର ସହ ଏହି ଟ୍ରାଜେଡୀ ୧୯୬୯ ମିସିହା ଜାନୁଆରୀ ମାସରେ ଘଟିଥିଲା । ଏହାପୂର୍ବରୁ ସୋନିଆ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିବା ପରେ ପୂରା ଗାନ୍ଧି ପରିବାର ଖୁସିରେ ନାଚି ଉଠିଥିଲା ।

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କେବେ ବି ସୋନିଆଙ୍କ ପ୍ରତି ନିଜ ଭଲ ପାଇବା ଖୋଲାଖୋଲି ଭାବେ ପ୍ରଦର୍ଶନ କରୁ ନଥିଲେ । କିନ୍ତୁ ସୋନିଆ ଗର୍ଭବତୀ ହେବା ପରେ ବୋହୂ ପ୍ରତି ତାଙ୍କ ଭଲ ପାଇବା ବଢ଼ି ଯାଇଥିଲା । ସେ ଖବର ପାଇଁ ନିଜ ବୋହୂଙ୍କୁ କୁଣ୍‌ଢାଇ ପକାଇଥିଲେ । ହେଲେ ଗାନ୍ଧି ପରିବାରର ଖୁସି ବେଶୀ ସମୟ ତିଷ୍ଠି ପାରି ନଥିଲା । ସୋନିଆ ଗାନ୍ଧି ଛୁଆ ଜନ୍ମ କରିବା ସମୟର ଦୁଇ ମାସ ପୂର୍ବରୁ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଏଥିପାଇଁ ସେ ପ୍ରସବ ରୁମକୁ ଯାଇଥିଲେ ଓ ୧୯୬୯ ମସିହା ଜାନୁଆରୀ ୧୮ରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ସମୟ ପୂର୍ବରୁ ଜନ୍ମ ହୋଇଥିଲେ ହେଁ ନବଜାତ ଦେଖିବାକୁ ବେଶ ସ୍ୱାସ୍ଥ୍ୟବାନ ରହିଥିଲେ । ସୋନିଆ କହିଛନ୍ତି, “ମୁଁ ପ୍ରଥମଥର ମୋ ପୁଅର କାନ୍ଦ ସେ ଇନକ୍ୟୁବଟର ଥିବା ବେଳେ ଶୁଣିଥିଲି ।

ପରବର୍ତ୍ତୀ ଅବସ୍ଥାରେ ରାଜୀବ ମୋତେ ତା’କୁ ଦେଖାଇବାକୁ ନେଇଥିଲେ । ମୋ ଛୁଆ ବେଶ ଭଲ ଦେଖାଯାଉଥିଲା । ତା’ ମୁଣ୍ଡରେ ମୋଟା, କଳା ଓ ଲମ୍ବା ଚୁଟି ଥିଲା । ପତଳା ପତଳା ଆଙ୍ଗୁଠିକୁ ବି ମୁଁ ଦେଖିଥିଲି । ତା’କୁ ଦେଖି ଆମେ ତତ୍କାଳ ତା’ ପ୍ରେମରେ ପଡ଼ି ଯାଇଥିଲୁ ।” ସୋନିଆଙ୍କ ପ୍ରଥମ ପୁଅ ଜନ୍ମ ହେବା ପରେ ମାତ୍ର କିଛି ଘଣ୍ଟା ଜୀବିତ ରହିଥିଲେ ଓ ଏକଥା ପୂର୍ବରୁ ରାଜୀବ ଗାନ୍ଧିଙ୍କୁ ଡାକ୍ତରମାନେ ସତର୍କ କରାଇ ସାରିଥିଲେ । ପୁଅ ମୃତ୍ୟୁ ଖବର ସୋନିଆଙ୍କ ପାଖରେ ଜାନୁଆରୀ ୧୯ ତାରିଖ ସକାଳେ ପହଞ୍ଚିଥିଲା । ସୋନିଆ ବହିରେ କହିଛନ୍ତି ଯେ ପୁଅ ମୃତ୍ୟୁ ଖବର ତାଙ୍କୁ ଓ ରାଜୀବ ଗାନ୍ଧିଙ୍କୁ ପୂରା ଭିତରୁ ଭାଙ୍ଗି ଦେଇଥିଲା । ଉଭୟ ଏକାଠି ବସି କେବଳ କାନ୍ଦିବାକୁ ଲାଗିଥିଲେ । ଇନ୍ଦିରା ଗାନ୍ଧି ସରକାରୀ ଗସ୍ତରେ ଥିଲେ ହେଁ ଖବର ପାଇ ତୁରନ୍ତ ହସ୍ପିଟାଲକୁ ଚାଲି ଆସିଥିଲେ ।ଇନ୍ଦିରା ଗାନ୍ଧି ହସ୍ପିଟାଲରେ ପହଞ୍ଚିବା ପରେ ସୋନିଆ ଓ ରାଜୀବ ଗାନ୍ଧିଙ୍କୁ କୁଣ୍‌ଢାଇ ପକାଇଥିଲେ ।

ତାଙ୍କ ଆଖି ପୂରା ଲାଲ ଓ ଫୁଲି ଯାଇଥିଲା । ସେ କିଛି ସମୟ ଉଭୟଙ୍କ ପାଖରେ ବସିବା ପରେ ନିଜ ସରକାରୀ କାମ ପୁଣି ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ନବଜାତର ଅନ୍ତିମ ସଂସ୍କାରକୁ ନେଇ ପରିବାର ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଥିଲା । ନବଜାତର ପାରମ୍ପରିକ ଅନ୍ତିମ ସଂସ୍କାର ପ୍ରଥା କଥା ଶୁଣି ସୋନିଆ ପୂରା ସ୍ତବ୍ଧ ହୋଇଯାଇଥିଲେ ।କାରଣ ପରମ୍ପରା ଅନୁସାରେ ନବଜାତକୁ ପାଣିରେ ଭସାଇବା କଥା ଗାନ୍ଧି ପରିବାର ଆଲୋଚନା କରିଥିଲେ । ଏହାକୁ ସୋନିଆ ବିରୋଧ କରିଥିଲେ । ସେ ନିଜ ପିଲାକୁ କେବେ ହେଲେ ବି ନଦୀରେ ଫିଙ୍ଗିବାକୁ ଦେବେ ନାହିଁ ବୋଲି କହିଥିଲେ । ସୋନିଆ ଗାନ୍ଧି ଲେଖିଛନ୍ତି ଯେ ନଦୀରେ ଫିଙ୍ଗିବାର ସମ୍ଭାବନା ତାଙ୍କୁ ଦିଲ୍ଲୀର ଓଖଲା ବନ୍ଧ ନିକଟରେ ଏକଦା ଲାଖିଥିବା ଗୋଟିଏ ଶବର ଭୟାବହତା କଥା ମନେ ପକାଇ ଦେଇଥିଲା ।

ତେଣୁ ନଦୀରେ ଫିଙ୍ଗା ଯୋଜନାକୁ ତାଙ୍କ ପାଖରେ ଗ୍ରହଣ କରିବା ସମ୍ଭବ ପର ନଥିଲା ।ଶେଷରେ ପରିବାର ଲୋକ ନବଜାତକୁ ଦକ୍ଷିଣ ଦିଲ୍ଲୀର ମେହରୌଲି ସ୍ଥିତ ଫିରୋଜ ଗାନ୍ଧିଙ୍କ ଫାର୍ମରେ ପୋତିବାକୁ ନିଷ୍ପତ୍ତି ନେଇଥିଲେ । ରାଜୀବ ଗାନ୍ଧି ଓ ତାଙ୍କ ସାନ ଭାଇ ସଞ୍ଜୟ ଗାନ୍ଧି ସେଠାରେ ପୁଅର ଅନ୍ତିମ ସଂସ୍କାର କରିଥିଲେ ।ଏହା ଅତ୍ୟନ୍ତ ଦୁଃଖଦାୟକ ରାସ୍ତା ଥିଲା । କିନ୍ତୁ ଏହାର ବିକଳ୍ପ ନଥିଲା । ଲମ୍ବା ସମୟ ଧରି ଆମେ ଯେତେବେଳେ ବି ସେଠାକୁ ଯାଉ, ସେଠାରେ ଗୋଟିଏ ଫୁଲ ରଖିଥାଉ ବୋଲି ସୋନିଆ କହିଛନ୍ତି । ଗୋଟିଏ ଦକ୍ଷିଣପନ୍ଥୀ ପ୍ରକାଶନ ପକ୍ଷରୁ ପିଲାର ବୈଧତାକୁ ପ୍ରଶ୍ନ ଉଠାଯାଇଥିଲା ।

ଏହାକୁ ନେଇ ଅନେକ କଥା କୁହାଯାଇଥିଲା । ଏହା ସୋନିଆକୁ ସବୁଠାରୁ ଅଧିକ ଦୁଃଖ ଦେଇଥିଲା ବୋଲି ସେ ବହିରେ ଉଲ୍ଲେଖ କରିଛନ୍ତି । ସୋନିଆ କହିଛନ୍ତି, “ସେହି ସବୁ ଶବ୍ଦର ବିଷ ମୋ ହୃଦୟକୁ କ୍ଷତ ସୃଷ୍ଟି କରିଥିଲା । ଲୋକମାନେ ଏତେ ନିଷ୍ଠୁର କେମିତି ହୋଇପାରନ୍ତି” ପ୍ରଥମ ପୁତ୍ର ସନ୍ତାନଙ୍କୁ ହରାଇ ଥିଲେ ହେଁ ସେହି ବର୍ଷ ଶେଷ ଭାଗରେ ପୁଣି ଗର୍ଭବତୀ ହୋଇଥିଲେ ।ଏଥର ଗର୍ଭବତୀ ଖବର ପରିବାର ମଧ୍ୟରେ ଖୁସି ଆଣିବା ବଦଳରେ ଅଧିକ ଚିନ୍ତା ସୃଷ୍ଟି କରିଥିଲା । ଶେଷରେ ୧୯୭୦ ମସିହା ଜାନୁଆରୀ ୧୯ରେ ରାହୁଲ ଗାନ୍ଧିଙ୍କ ଜନ୍ମ ହୋଇଥିଲା । ପ୍ରଥମ ପୁତ୍ର ସନ୍ତାନର ଠିକ ବର୍ଷ ପରେ ରାହୁଲ ଜନ୍ମ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

November 12, 2026
ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

November 12, 2026
କିଟ୍‍ ଓ କିସ୍‍ରୁ ସୁଖଦ ଅନୁଭୂତି ନେଇ ଫେରିଲେ ଇସ୍ରାଏଲ୍‍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ

କିଟ୍‍ ଓ କିସ୍‍ରୁ ସୁଖଦ ଅନୁଭୂତି ନେଇ ଫେରିଲେ ଇସ୍ରାଏଲ୍‍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ

November 12, 2026
ଓଡ଼ିଶାରେ ଷ୍ଟାର୍ଟଅପ୍ ବିପ୍ଳବ: ନଭେମ୍ବର ୧୪ ଏବଂ ୧୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬

ScaleUp India Summit 2026 to bring startup founders, investors to Bhubaneswar on November 14-15

November 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

November 12, 2026
ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

ପ୍ରଧାନମନ୍ତ୍ରୀ ଚୌକି ଛାଡ଼ିବା ପଛରେ ସୋନିଆଙ୍କ ଭାବପ୍ରବଣ ଖୁଲାସା କାର୍ ଦୁର୍ଘଟଣା ପରେ ହ୍ୱାଇଟ୍ ହାଉସରେ ଲକଡାଉନ୍‌

November 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version