ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସ୍ଥିତ ମୋଟୱାନି କନ୍ଷ୍ଟ୍ରକ୍ଶନ୍ସ ଏକ ଜୀବନ ପରିବର୍ତନକାରୀ ପଦକ୍ଷେପ ସହିତ ୨୫ ବର୍ଷର ବିଶ୍ୱସନୀୟତାକୁ ପାଳନ କରିଛି ଏବଂ ୨୫ ବର୍ଷ ହେବ କମ୍ପାନୀରେ କାର୍ଯ୍ୟରତ ବିଶ୍ୱସ୍ତ କର୍ମଚାରୀଙ୍କୁ ତାଙ୍କର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇ ଏକ ଘର ଉପହାର ଦେଇଛି ଭୁବନେଶ୍ୱର: ଦୀପାବଳି ବୋନସ୍ ସାଧାରଣତଃ ମିଠା, ଉପହାର ସାମଗ୍ରୀ କିମ୍ବା ନଗଦ ଅର୍ଥରାଶି ଭାବେ ଆସିଥାଏ । କିନ୍ତୁ ଭୁବନେଶ୍ୱରସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ମୋଟୱାନି କନ୍ଷ୍ଟ୍ରକ୍ଶନ୍ସର ଜଣେ କର୍ମଚାରୀଙ୍କ ପାଇଁ ଚଳିତ ବର୍ଷର ଦୀପାବଳି କିଛି ଅସାଧାରଣ ଓ ସ୍ୱତନ୍ତ୍ର ଉପହାର ଆଣିଛି, ଯାହା ହେଉଛି ଏକ ୨ ବିଏଚକେ ଆପାର୍ଟମେଂଟ । ନିଜର କର୍ମଚାରୀଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇ ମୋଟୱାନି କନ୍ଷ୍ଟ୍ରକ୍ଶନ୍ସ ତାର ଜଣେ କର୍ମଚାରୀଙ୍କୁ ଏକ ଦୁଇ ବେଡରୁମ ବିଶିଷ୍ଟ ଘର ଉପହାର ଦେଇଛି ଯିଏ ଦୀର୍ଘ ୨୫ ବର୍ଷ ହେବ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । କମ୍ପାନୀର ଏହି ପଦକ୍ଷେପ ୨୫ ବର୍ଷର ଦୃଢ ପ୍ରତିବଦ୍ଧତା, ବିଶ୍ୱାସ ଓ ସମର୍ପଣଭାବକୁ ସ୍ୱୀକୃତି ପ୍ରଦାନ କରିଛି ।













