No Result
View All Result

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ତୁରେକେଲା :- ଜନଶୁଣାଣି ପୋର୍ଟାଲରେ ଗୋଟିଏ ଅଭିଯୋଗ, ଆଉ ବଦଳିଗଲା ଗାଁ ସ୍କୁଲର ଭାଗ୍ୟ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଦାବ୍ରି ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟର ଦୁରବସ୍ଥାକୁ ନେଇ ହୋଇଥିବା ଅଭିଯୋଗ ଏବେ ବଡ଼ ସଫଳତା ଆଣିଛି । ଦାବ୍ରି ଦୁଆରଶନୀ ଯୁବକ ସଂଘର ସଭାପତି ତଥା ସମାଜସେବୀ ରାଜୁ ଛତ୍ରିଆ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପ୍ରଶାସନ ତଦନ୍ତ କରିବା ପରେ ଏବେ ସକାରାତ୍ମକ ନିଷ୍ପତ୍ତି ପ୍ରକାଶ ପାଇଛି । ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପ୍ରେରିତ ସରକାରୀ ଚିଠି ଅନୁଯାୟୀ, ଦାବ୍ରି ପ୍ରାଥମିକ ବିଦ୍ୟାଳୟର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଇତିମଧ୍ୟରେ ପ୍ରଶାସନିକ ଅନୁମୋଦନ ମିଳିସାରିଛି ।

ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ବିଡିଓ ସୂଚନା ଦେଇଛନ୍ତି । ସେହିପରି ବିଦ୍ୟାଳୟ ପରିସରରେ ନୂତନ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଦାବି ଶିକ୍ଷା ବିଭାଗ ଅଧୀନରେ ଆସୁଥିବାରୁ, ଏହି ଅଭିଯୋଗକୁ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ସମ୍ପୃକ୍ତ ଶିକ୍ଷା ବିଭାଗକୁ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଇଁ ସୁନ୍ଦର ଶିକ୍ଷାଦାନ ପରିବେଶ ସୃଷ୍ଟି ଦିଗରେ ପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି । ଅନୁମୋଦିତ ମରାମତି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବା ସହ ନୂତନ ଶ୍ରେଣୀଗୃହ ନିର୍ମାଣ ଦାବି ମଧ୍ୟ ଖୁବ୍ ଶୀଘ୍ର ପୂରଣ ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି ।

No Result
View All Result