ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସାମାଜିକ ସେବା ଓ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସିନିୟର ଏଜ୍ ହେଲଥ କେୟାର ଆସୋସିଏସନ, ବାଲିଗୁଡ଼ା । ଆସୋସିଏସନ ପକ୍ଷରୁ ବାଲିଗୁଡ଼ାର ତ୍ରିବେଦୀ ପାର୍କ ନିକଟରେ ‘ଥିଲେ ଦିଅ, ନଥିଲେ ନିଅ’ ଶୀର୍ଷକ ଏକ ଅଭିନବ ବସ୍ତ୍ର ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ମହତ୍ ଉଦ୍ୟମର ମୂଳ ଲକ୍ଷ୍ୟ ହେଉଛି, ଯାହାଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ବସ୍ତ୍ର ରହିଛି ସେମାନେ ଅନ୍ୟମାନଙ୍କ ପାଇଁ ଦାନ କରିବେ ଏବଂ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନେ ସେଥିରୁ ନିଜ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ବସ୍ତ୍ର ନେଇ ପାରିବେ ।

ବାଲିଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ସଂଜୀବ ରୁପା ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ବିଭିନ୍ନ ପ୍ରକାରର ପୋଷାକ ଓ ବସ୍ତ୍ର ସଂଗ୍ରହ କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଥିଲା । ଅଦରକାରୀ ହୋଇ ପଡ଼ିରହିଥିବା ପୋଷାକ ଅନ୍ୟ କାହାର ଆବଶ୍ୟକତା ପୂରଣ କରିବା ସହ ସମାଜରେ ସହଯୋଗ, ସମ୍ବେଦନଶୀଳତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା ।
















