No Result
View All Result

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସାହିତ୍ୟ, ସଂଗୀତ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ଦୀର୍ଘ ବର୍ଷର ଅବଦାନ ପାଇଁ ନୟାଗଡ଼ର ଲେଖକ ଓ କବି ଶ୍ରୀ ହରିଶ ପ୍ରଧାନ (ଗୀତିକଳ୍ପ)ଙ୍କୁ ଡକ୍ଟର ଅଫ୍ ସୋସିଆଲ୍ ୱାର୍କ (D.SW.) ସମ୍ମାନ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ଆସନ୍ତା ନଭେମ୍ବର ୧୩ ତାରିଖରେ ପୁରୀଠାରେ ଆୟୋଜିତ ‘ଗ୍ଲୋବାଲ୍ ଏକ୍ସଲେନ୍ସ ଅନର୍ସ-୨୦୨୬’ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
‘ନୟାଗଡ଼ ଦର୍ପଣ’ ଓ ‘ଓଡ଼ିଶା ଦର୍ପଣ’ ମାଧ୍ୟମରେ ଆଞ୍ଚଳିକ ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ସହ ବିଭିନ୍ନ ପୁସ୍ତକ ରଚନା କରି ସେ ସାହିତ୍ୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ଘୋଷଣାକୁ ନେଇ ଶ୍ରୀ ପ୍ରଧାନଙ୍କ ଶୁଭେଚ୍ଛୁ ଓ ସାହିତ୍ୟପ୍ରେମୀଙ୍କ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି ।

No Result
View All Result