ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବିଜୁ ଜନତା ଦଳ (ବି. ଜେ. ଡି )ପୁରୀ ତରଫରୁ ଜନସମ୍ପର୍କ ପଦଯାତ୍ରା ପୁରୀ ଟାଉନ୍ ହଲ୍ ଠାରୁ ଆରମ୍ଭ ହୋଇ ପୁରୀ ମହାନଗର ନିଗମ କାର୍ଯ୍ୟାଳୟ ଠାରେ ପହଞ୍ଚି ବିଭିନ୍ନ ଦାବୀ ନେଇ ରାଜରାସ୍ତାରେ ବସିଥିଲେ lପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଙ୍କ ବଳିଷ୍ଠ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ l ବରିଷ୍ଠ ନେତୃବୃନ୍ଦ, ନଗର ସଭାପତି, ସଦର ସଭାପତି, ଛାତ୍ର ସଭାପତି, ଜିଲ୍ଲା ପଦାଧିକାରୀ, ଯୁବ ନେତା, ଛାତ୍ର ନେତା, ମହିଳା ନେତ୍ରୀ ଓ ଶତାଧିକା କର୍ମୀ ବହୁ ଶୁଭେଚ୍ଛୁ ଓ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ l ପୁରୀ ମହାନଗର ନିଗମ ଗଠନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମହାନଗର ନିଗମ ପରିଷଦ ପୁନର୍ଗଠନ ହୋଇ ନଥିବାରୁ ସମ୍ପୂର୍ଣ୍ଣ କ୍ଷମତା କମିସନର ଙ୍କ ଅଧୀନରେ ଅଛି |
















