No Result
View All Result

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଏବେ କିଛିଦିନ ହେଲାଣି ପୁରୀ ସହରରେ ବୁଲୁଛନ୍ତି ତ୍ରିପଲ ଏନ ବାବା | ଯୁବ ସୁଲଭ କଥାବାର୍ତ୍ତା | ପିନ୍ଧିଛନ୍ତି ଗେରୁଆଵସ୍ତ୍ର | ପାଇଜାମା ରେ କଳା ରଙ୍ଗ ରେ ଲେଖା ଯାଇଛି ଏନ. ଏନ. ଏନ | ଏ ସମ୍ପର୍କରେ ବାବା ଙ୍କୁ ପଚାରିବା ରେ କୁହନ୍ତି ନୌକରି, ନ୍ୟାୟ, ନସିବ | ନୌକରି -ଗରିବ ରାସନ କାର୍ଡଧାରୀମାନଙ୍କୁ ଚାକିରୀ ଓ ନିଯୁକ୍ତି ମିଳୁ, ଯାହାଫଳରେ ସେମାନେ ଭଲରେ ଚଳିପାରିବେ, ଚାଉଳ କୁ ନିର୍ଭର କରି ମାଗିଖିଆ ହେବେନାହିଁ | ନ୍ୟାୟ -ଗରିବ, ଦିବ୍ୟାଙ୍ଗ,. ବ୍ୟକ୍ତି, ଅସହାୟ, ସ୍ୱାମୀ ପରିତ୍ୟକ୍ତା ଯୁବତୀ, ବିଧବା ଓ ଦଳିତ ବ୍ୟକ୍ତିମାନଙ୍କୁ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ନ୍ୟାୟ ମିଳୁ |

ନସିବ – ମାନେ ଭାଗ୍ୟ ସମସ୍ତ ଙ୍କ ଭାଗ୍ୟ ରେ ପାୱାର ଆସୁ ଯାହାଫଳରେ ସେମାନେ ସବୁ କାମ କରିପାରିବେ, କର୍ମକୋଢିଆ,ନିର୍ଭରଶିଳତା, ପରଖିଆ, ଲୁଟିଖିଆ ହେବେ ନାହିଁ | ବାବା ମଧ୍ୟ ନିଜକୁ ଶ୍ରୀବୈଭବ ସୁପର ଚାଣକ୍ୟ କହି ବୁଲୁଛନ୍ତି | ବାବା ଗରିବ ଯୁବତୀ, ଅସହାୟ ଯୁବକ, ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ନେଇ ପୁରୀ କୋଣାର୍କ ରାସ୍ତା ରେ ସରକାର ଙ୍କ ସହଯୋଗ ରେ ସରକାରୀ ଜାଗାରେ ଏକ ବିଶ୍ୱସ୍ତରୀୟ ଆଶ୍ରମ କରିବା ପାଇଁ ଚିନ୍ତା କରୁଛନ୍ତି ବୋଲି କହିଥିଲେ | ବାବା ପୁରୀ, ଚନ୍ଦନପୁର, ସାକ୍ଷୀଗୋପାଳ, ସାତଶଂଖ, ପିପିଲି, କୋଣାର୍କ, ନିମାପଡା, କାକଟପୁର ଅଞ୍ଚଳରେ ବୁଲି ଯୁବକ ଯୁବତୀମାନଙ୍କୁ ଜ୍ଞାନ ବାଣ୍ଟୁଥିବା ଦେଖିବାକୁ ମିଳୁଛି |



No Result
View All Result