ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ବିଜେପି ଦଳ ପକ୍ଷରୁ ଆଜି ଚାନ୍ଦପୁରଠାରେ ଓଡିଶାରୁ- ଜାମ୍ମୁ କାଶ୍ମିରୀକୁ ଟ୍ରେନ ଚଳାଚଳ ପାଇଁ ବାଚସ୍ପତୀଙ୍କୁ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଶ୍ରମିକ ଓ ପ୍ରତିରକ୍ଷା ବାହିନୀର ଜବାନମାନେ ଜାମ୍ମୁ-କାଶ୍ମୀର ଭ୍ରମଣ ତଥା ନିଜର କର୍ମକ୍ଷେତ୍ରକୁ ଯାତ୍ରା କରିଥାନ୍ତି । ବିଶେଷ କରି ମାତା ବୈଷ୍ଣୋଦେବୀ ଏବଂ ଶ୍ରୀ ଅମରନାଥ ଯାତ୍ରା ପାଇଁ ଓଡ଼ିଶାରୁ ବହୁ ସଂଖ୍ୟାରେ ଭକ୍ତ ପ୍ରତିବର୍ଷ ଜାମ୍ମୁ ଯାଇଥାନ୍ତି । କିନ୍ତୁ ଦୁଃଖର ବିଷୟ, ବର୍ତ୍ତମାନ ଓଡ଼ିଶାରୁ ଜାମ୍ମୁ-କାଶ୍ମୀରକୁ କୌଣସି ସିଧାସଳଖ ଟ୍ରେନ ସେବା ଉପଲବ୍ଧ ନାହିଁ ।

ଯାତ୍ରୀମାନଙ୍କୁ କଲିକତା (ହାୱଡ଼ା) କିମ୍ବା ନୂଆଦିଲ୍ଲୀ ଦେଇ ଗାଡ଼ି ବଦଳାଇ ଯିବାକୁ ପଡ଼ୁଛି । ଏହାଦ୍ୱାରା ବୃଦ୍ଧ, ଶିଶୁ ଏବଂ ରୋଗୀମାନେ ଅତ୍ୟଧିକ ହଇରାଣ ହେଉଛନ୍ତି ଏବଂ ସେମାନଙ୍କର ସମୟ ଓ ଅର୍ଥ ଅଯଥାରେ ଅଧିକ ଖର୍ଚ୍ଚ ହେଉଛି । ଯଦି ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ ପୁରୀଓ ଭୁବନେଶ୍ୱର ରୁ ଜାମ୍ମୁ ତାୱିପର୍ଯ୍ୟନ୍ତ ଏକ ସିଧାସଳଖ ସୁପରଫାଷ୍ଟ କିମ୍ବା ଏକ୍ସପ୍ରେସ ଟ୍ରେନ ଚଳାଚଳ ହୁଏ , ତେବେ ଏହା ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏକ ବଡ଼ ଆଶ୍ୱାସନା ହୁଅନ୍ତା । ଏହାସହ ରାଜ୍ୟର ପର୍ଯ୍ୟଟନ ଓ ଅର୍ଥନୀତି ମଧ୍ୟ ସମୃଦ୍ଧ ହୋଇପାରନ୍ତା ।
ଓଡ଼ିଶା ବିଧାନସଭା ତରଫରୁ ଏହି ପ୍ରସ୍ତାବକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟକୁ ସୁପାରିସ କରାଯାଉ। ଏହି କାର୍ଯ୍ୟକ୍ରମରେ ଚାନ୍ଦପୁର ମଣ୍ଡଳ ବିଜେପି ସଭାପତି ଅକ୍ଷୟ କୁମାର ସାହୁ, ପୂର୍ବତନ ମଣ୍ଡଳ ବିଜେପି ସଭାପତି ଶୁଭମ ସିଂହ, ପଞ୍ଚାୟତ ଶକ୍ତି କେନ୍ଦ୍ର ପ୍ରମୁଖ ବସନ୍ତ ଖମାରି, ଡୋମନାଥ ବେହେରା ଓ ପ୍ରତାପ ବେହେରାଙ୍କ ସମେତ ବହୁ ବିଜେପି କର୍ମୀମାନେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢୀଙ୍କୁ ୧୦୦ଉର୍ଦ୍ଧ ଲିଖିତ ଦସ୍ତଖତ ଦାବିପତ୍ର ଦେଇଥିଲେ । ବାଚସ୍ପତି ମହୋଦୟଙ୍କୁ ଅନୁରୋଧ କି, ଏହି ଜନହିତକର ବିଷୟ ପ୍ରତି ଦୃଷ୍ଟିଦେଇ ରାଜ୍ୟ ସରକାର ଓ କେନ୍ଦ୍ର ରେଳ ମନ୍ତ୍ରଣାଳୟ ସହ ଆଲୋଚନା ପୂର୍ବକ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତନ ମଣ୍ଡଳ ବିଜେପି ସଭାପତି l














