• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ : ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି ।

Proprietor Abhimanyu Maharana by Proprietor Abhimanyu Maharana
October 6, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ : ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି ।
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୬ ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ :- ଭୁବନେଶ୍ୱର , ଅଧିବେଶନ ଶେଷ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ବିଧାନସଭା ରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି । ଆଜି ଶେଷ ଦିନରେ ୫ଟି ବିଲ୍ ଗୃହୀତ ହେବା ସହ ସିଏଜିଙ୍କ ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ଗୃହୀତ ହୋଇଛି । ଆଜି ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ୫ଟି ବିଲ୍ ପାରିତ ହୋଇଛି । ସେଗୁଡ଼ିକ ମଧ୍ୟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ଓଡିଶା ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ ରହିଛି । ଆଜି ବହୁ ହଟ୍ଟଗୋଳ ଭିତରେ ବିଧାନସଭାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଥିଲା ।

ଏ ନେଇ ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିବା ସହ ଏହି ବିଲ୍ ପାରିତ ହେଲେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଶାସକ ଦଳର ପ୍ରାର୍ଦୁଭାବ ବଢିବ ବୋଲି ଅଭିଯୋଗ କରିଥିଲେ । ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଧ୍ୱନିମତ ସହାୟତାରେ ଏହି ବିଲକୁ ପାରିତ କରାଇ ନେଇଥିଲେ ଏହି ବିଲ ଆସିବା ଦ୍ୱାରା କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି ହୋଇଛି, ବିଶ୍ୱବିଦ୍ୟାଳୟ ଗୁଡିକରେ ଥିବା ସିନେଟ ବ୍ୟବସ୍ଥା ଉଛେଦ ହୋଇଛି ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ଶ୍ରୀ ସାହୁ କହିଛନ୍ତି କି କେନ୍ଦ୍ର ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ । ସେହି ସବୁ ରାଜ୍ୟ କୁଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ଭିତରେ କୁଳପତି ଚୟନ କରାଯାଇଥାଏ । ସିଣ୍ଡିକେଟକୁ ଶସକ୍ତ କରାଯାଇ ଜଣେ ଯୁଗ୍ମ ସଚିବ ଅଧିକାରୀ ରହିବେ । କୂଳାଧିପତିଙ୍କ ସର୍ଚ୍ଚ କମିଟିରେ ରାଜ୍ୟପାଳଙ୍କ ଦ୍ଵାରା ମୋନନିତ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀ ରହିବେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବେ , ବିଶ୍ୱ ବିଦ୍ୟାଳୟର ସ୍ଥାବର ଓ ଅସ୍ଥାବରର ସମ୍ପତି ଉପରେ ସରକାର ହସ୍ତକ୍ଷେପ କରିପାରିବେ । ଓପିଏସସି ଅଧ୍ୟାପକ ନିଯୁକ୍ତି କରିବେ । ନନ ଟିଚିଂ ଷ୍ଟାଫ ନିଯୁକ୍ତି କରିବେ ଷ୍ଟେଟ ସିଲେକ୍ସନ ବୋର୍ଡ । ବିଶ୍ୱବିଦ୍ୟାଳୟ ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନହୋଇ ୱେବ ସାଇଟ ରେ ଉପଲବ୍ଧ ହେବାର ବ୍ୟବସ୍ଥା ରହିଛି । ଏହି ଅଧିବେଶନ ସମୟରେ ମୋଟ ୩ଟି ମୁଲତବୀ ପ୍ରସ୍ତାବ ଆସିଥିଲା । କରୋନା କାଳରେ ଚର୍ଚ୍ଚାରେ ରହିଥିଲା ବିଧାନସଭା ଅଧିବେଶନ । କରୋନା କଟକଣା ମଧ୍ୟରେ ବିଧାନସଭା ଶେଷ ହୋଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହି ନଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version