
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଯୋଗୁଁ ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ୱାର୍ଡରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି SWWS ସଂସ୍ଥା ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସଂସ୍ଥା ପକ୍ଷରୁ ପାଣି ଟାଙ୍କି ମାଧ୍ୟମରେ ସହରର ବିଭିନ୍ନ ସାହି ଓ ବସ୍ତିକୁ ଯାଇ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ।

ବିଶେଷକରି କଣ୍ଡରା ସାହି, ଦଣ୍ଡମୁଳା ସାହି, ସୁଭାଷ ନଗର ସମେତ ୱାର୍ଡ ନମ୍ବର ୧ ଓ ଅନ୍ୟାନ୍ୟ ୱାର୍ଡରେ ଘର ଘର ବୁଲି ପାଣି ଯୋଗାଣ କରାଯାଇଛି । ଏହି ଜନହିତକର କାର୍ଯ୍ୟକ୍ରମରେ SWWSର ପ୍ରକଳ୍ପ ନିର୍ଦ୍ଦେଶକ ଡି. ଜଗନ୍ନାଥ ରାଜୁ, ପ୍ରକଳ୍ପ ପରିଚାଳକ ପି. ସୁନୀତାଙ୍କ ସମେତ ସଂସ୍ଥାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଜଳ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଜସ୍ମିନ୍ ଶେଖ୍ ସହଯୋଗ କରିଥିଲେ, ଏ.ମମତା,
ମମତା ପଟ୍ଟନାୟକ, ଲିନୁ ସୁବୁଦ୍ଧି, ଉର୍ବଶୀ ଜେନା, ମଧୁ ବରାଡ଼, ରେଣୁକା, ସାଗରିକା, ସନ୍ତୋଷ ମହାଙ୍କୁଡ଼, ସୁନୀଲଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସହଯୋଗ କରିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ଲୋକମାନେ SWWS ସଂସ୍ଥାର ଏହି ସହଯୋଗ ଦ୍ୱାରା ବେଶ୍ ଉପକୃତ ହୋଇଛନ୍ତି । ସଂସ୍ଥାର ଏଭଳି ମାନବିକତା, ସାମାଜିକ ଦାୟିତ୍ୱବୋଧ ଓ ଜନସେବାମୂଳକ ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିବା ସହିତ SWWSର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରକଳ୍ପ ପରିଚାଳକ ଓ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।















