No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପିଏମ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ଅଭିନବ ଶିକ୍ଷ୍ୟମୂଳକ କାର୍ଯ୍ୟକ୍ରମ “ଛାତ୍ରବିଧାନ ସଭାର” ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଧିବେଶନରେ ଛାତ୍ରଛାତ୍ରୀମାନେ ବିଧାନ ସଭାର ପ୍ରକୃତ କାର୍ଯ୍ୟ ଶ୍ରେଳୀକୁ ଅନୁସରଣ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, କୃଷି ମନ୍ତୀ, ଶିକ୍ଷାମନ୍ତ୍ରୀ, ଖାଦ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ, ବିରୋଧି ଦଳର ନେତା ଏବଂ ବିଧାୟକ ଓ ବିଧାୟିକା ମାନଙ୍କର ଭୂମିକା ନିର୍ବାହ କରିଥିଲେ l

ଏହା ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକଙ୍କ ଭୂମିକାରେ ରହି ଦେଶର ସାମ୍ପ୍ରତିକ ପରିସ୍ଥିତି, ସାମାଜିକ ସମସ୍ୟ ଏବଂ ବିଭିନ୍ନ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚ଼ନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନେ ଗଣତାନ୍ତିକ ବ୍ୟବସ୍ଥା, ସଂସଦୀୟ ପରମ୍ପରା ,ନେତୃତ୍ୱ ନେବାର କଳା,ଯୁକ୍ତି ଉପସ୍ଥାପନ ଏବଂ ନିଜ ମତାମତକୁ ଖୁବ ସୁନ୍ଦର ଭାବେ ପ୍ରକାଶ କରିବାର ଶିକ୍ଷା ଲାଭ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ସେଠୀ ମାର୍ଗଦର୍ଶକ ମାନସ ରଂଜନ ଷଡ଼ଙ୍ଗୀ ଶ୍ରୀମତୀ ସୁଜାତା ସାହୁ ଶେଖ ଅଜିଜୁର ରହମାନଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପୁରସ୍କୃତକରି ଉତ୍ସାହିତ କରିଥିଲେ l

No Result
View All Result