No Result
View All Result

ଗୋପ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ଠାରୁ କୋଣାର୍କ – ପୁରୀ ମେରାଇନ ଡ୍ରାଇଭ ରାସ୍ତାର ସାହୁଖଣତା ସ୍ଥିତି ବେଳାଭୂମି କୂଳରେ ଆରମ୍ଭ ହେବ ଇକୋ ରିଟ୍ରିଟ ମହୋତ୍ସବ । ଏହି ମହୋତ୍ସବ ଆୟୋଜନ ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ମହୋତ୍ସବ ଅନୁଷ୍ଠିତ ହେଉଥିବା କ୍ଷେତ୍ର ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।

ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଇକୋ ରିଟ୍ରିଟ ମହୋତ୍ସବକୁ ଆକର୍ଷଣୀୟ ଓ ମନୋରମ କରିବା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ମଙ୍ଗଳବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଇକୋ ରିଟ୍ରିଟ ମହୋତ୍ସବର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।

ଏହି ପରିଦର୍ଶନ ସମୟରେ ପୁରୀ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପୁରୀ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ପୁରୀ ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀ ପ୍ରଭାତ କୁମାର ରାଉତ, ପୁରୀ ଜିଲ୍ଲା ଓ୍ବାଟକୋ ସାଧାରଣ ପରିଚାଳକ ରାଜେଶ କୁମାର ବେହେରା,

ଗୋପ ବ୍ଲକ ବିଡିଓ ସୂର୍ଯ୍ୟ ଶଙ୍କର ଦାଶ, ଟାଟା ପାୱାରର ପରିଚାଳକ ବିଶ୍ବ ରଂଜନ ବେହେରା, କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀ, ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ବାଳ,ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ସରସ୍ଵତୀ ସାହୁ, କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ମାମିନି ପରିଡା ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ନୀଳ ମାଧବ ଭୋଇ କହିଛନ୍ତି ଯେ ଖୁବ ଶୀଘ୍ର ଇକୋ ରିଟ୍ରିଟ ମହୋତ୍ସବ ନିମନ୍ତେ ରାସ୍ତା ନିର୍ମାଣ, ବିଦ୍ୟୁତ କରଣ, ପାନୀୟ ଜଳଯୋଗାଣ, ଅଗ୍ନି ନିରାପତ୍ତା ବ୍ଯବସ୍ଥା ଓ କଟେଜ ନିର୍ମାଣ ଆରମ୍ଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପ୍ରାକ ଆକଳନ କାର୍ଯ୍ୟ ଆରମ୍ଭ କରାଯିବା ପରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି ।

No Result
View All Result