
ଗଞ୍ଜାମ ଜିଲ୍ଲାର ପୁଟବାଲିଠାରେ ହେବାକୁ ଥିବା ଏହି ପ୍ରସ୍ତାବିତ ପ୍ରକଳ୍ପ ରିନ୍ୟୁର ସମନ୍ୱିତ ସ୍ୱଚ୍ଛ ଶକ୍ତି ପୋର୍ଟଫୋଲିଓକୁ ସୁଦୃଢ କରିବ; ଏହା ରାଜ୍ୟରେ କମ୍ପାନୀର ୪୫,୦୦୦ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଯୋଜନାର ଅଂଶ
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ଭୁବନେଶ୍ୱର :- ଏକ ଅଗ୍ରଣୀ ଡିକାର୍ବନାଇଜେଶନ ସଲ୍ୟୁଶନ୍ସ କମ୍ପାନୀ ରିନ୍ୟୁ ପକ୍ଷରୁ ୯୦୦୦ କୋଟି ଟଙ୍କାର ଏକ ଆନୁମାନିକ ନିବେଶ ରାଶି ସହିତ ଗଞ୍ଜାମ ଜିଲ୍ଲାର ପୁଟବାଲିଠାରେ ୧୫୦୦ ମେଗାୱାଟ ପମ୍ପ୍ଡ ହାଇଡ୍ରୋ ଷ୍ଟୋରେଜ ପ୍ରକଳ୍ପ ବିକଶିତ କରିବା ପାଇଁ ଆଜି ଭାରତ ରିନିୱେବୁଲ ଏନର୍ଜି ସମିଟ ୨୦୨୬ରେ ଓଡିଶା ସରକାରଙ୍କ ସହ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏହି ପ୍ରକଳ୍ପ ଓଡିଶାରେ ରିନ୍ୟୁର ବିସ୍ତୃତ ନିବେଶ ଯୋଜନାର ଏକ ଅଂଶ ଅଟେ ଯାହାର ମୋଟ ମୂଲ୍ୟ ପ୍ରାୟ ୪୫,୦୦୦ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି। ଏହି ଏମ୍ଓୟୁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ।

ଏହି ପ୍ରସ୍ତାବିତ ପ୍ରକଳ୍ପ ଓଡିଶାର ଶକ୍ତି ସଂରକ୍ଷଣ କ୍ଷମତାକୁ ମଜବୁତ କରିବ ଏବଂ ରାଜ୍ୟର ପାୱାର ଗ୍ରିଡ୍ରେ ନବୀକରଣଯୋଗ୍ୟ ଶକ୍ତିର ଅନ୍ତର୍ଭୁକ୍ତୀକରଣକୁ ସମର୍ଥନ କରିବ । ପମ୍ପ୍ଡ ହାଇଡ୍ରୋ ଷ୍ଟୋରେଜ, ନବୀକରଣଯୋଗ୍ୟ ବା ଅକ୍ଷୟ ଶକ୍ତିର ଅସ୍ଥିର ପ୍ରକୃତିକୁ ସନ୍ତୁଳିତ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଗ୍ରିଡ ଫ୍ଲେକ୍ସିବିଲିଟି ଓ ସ୍ଥିରତା ବୃଦ୍ଧି କରିପାରିବ ଏବଂ ସ୍ୱଚ୍ଛ ଶକ୍ତିର ଏକ ଅଧିକ ନିର୍ଭରଯୋଗ୍ୟ ଯୋଗାଣକୁ ସକ୍ଷମ କରିପାରିବ । ଏହି ପ୍ରକଳ୍ପ ପ୍ରାକୃତିକ ସଂଶାଧନ କ୍ଷମତାକୁ ଉପଯୋଗ କରି ଏବଂ ଅନୁକୂଳ ନୀତିଗତ ଢାଂଚାକୁ ସକ୍ଷମ କରି ସ୍ୱଚ୍ଛ ଶକ୍ତି ନିବେଶ ପାଇଁ ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ସମର୍ଥନ କରିବ । ପମ୍ପଡ୍ ଷ୍ଟୋରେଜ ପ୍ରକଳ୍ପ ଉପରେ ରାଜ୍ୟର ଗୁରୁତ୍ୱ, ନବୀକରଣଯୋଗ୍ୟ ଶକ୍ତିର ଉନ୍ନତ ଏକତ୍ରିକରଣକୁ ସୁଗମ କରିବା ସହ ଏହାର ବିଦ୍ୟୁତ ବ୍ୟବସ୍ଥାର ସ୍ଥିରତାକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି ।
ଏହି ଚୁକ୍ତି ସମ୍ପର୍କରେ ରିନ୍ୟୁର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ସିଇଓ ସୁମନ୍ତ ସିହ୍ନା କହିଛନ୍ତି, “ଶକ୍ତି ସଂରକ୍ଷଣ ବର୍ଦ୍ଧିତ ରୂପେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ରିନ୍ୟୁରେ ଆମେ ଏକ ସମନ୍ୱିତ ସ୍ୱଚ୍ଛ ଶକ୍ତି ପ୍ଲାଟଫର୍ମ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଉଛୁ ଯାହା ନବୀକରଣଯୋଗ୍ୟ ବା ଅକ୍ଷୟ ଶକ୍ତିକୁ ନିର୍ଭରଯୋଗ୍ୟ, ସମୟାନୁବର୍ତୀ ସ୍ୱଚ୍ଛ ଶକ୍ତି ପ୍ରଦାନ କରିବା ପାଇଁ ଆବଶ୍ୟକ ସଂରକ୍ଷଣ ଓ ଭିତିଭୂମି ସହ ଏକତ୍ରିତ କରିଥାଏ । ଏହି ପ୍ରସ୍ତାବିତ ୧୫୦୦ ମେଗାୱାଟ ପମ୍ପ୍ଡ ହାଇଡ୍ରୋ ଷ୍ଟୋରେଜ ପ୍ରକଳ୍ପ ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଓଡିଶାରେ ଆମର ବର୍ଦ୍ଧିତ ନିବେଶ, ସ୍ୱଚ୍ଛ ଶକ୍ତି ଭିତିଭୂମି ବିକଶିତ କରିବା ପାଇଁ ଆମର ଦୀର୍ଘକାଳିନ ପ୍ରତିବଦ୍ଧତାକୁ ଦର୍ଶାଇବା ସହିତ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଯୋଗଦାନ ଦେଉଛି ।”
ସ୍ୱଚ୍ଛ ଶକ୍ତି ଭିତିଭୂମିରେ ଏହାର ନିବେଶ ବ୍ୟତୀତ ରିନ୍ୟୁ ପକ୍ଷରୁ ଶିକ୍ଷା, ଜରୁରୀ ସେବା, ସ୍ଥାୟୀ ଜୀବିକା ଓ ଜଳବାୟୁ ସ୍ଥିରତା ଉପରେ ମହତ୍ୱ ସହିତ ଓଡିଶାରେ ବିଭିନ୍ନ ସମୁଦାୟ ବିକାଶ ପଦକ୍ଷେପଗୁଡିକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହାମଧ୍ୟରୁ ଏକ ପ୍ରମୁଖ ପଦକ୍ଷେପ ହେଉଛି ମୟୁରଭଞ୍ଜ ଜିଲ୍ଲାର ପାହାଡପୁରଠାରେ ରିନ୍ୟୁର ନେଟ୍ ଜିରୋ ଭିଲେଜ ପ୍ରୋଗ୍ରାମ, ଯାହା ସ୍ଥାୟୀ ଗ୍ରାମୀଣ ବିକାଶ ପାଇଁ ଏକ ମଡେଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟ ସୋଲାର ବିଦ୍ୟୁତୀକରଣ, ସୁରକ୍ଷିତ ପାନୀୟ ଜଳ ସୁବିଧା ଓ ସମୁଦାୟ ଭିତିଭୂମିକୁ ସୁଦୃଢ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି ।
ପରବର୍ତୀ ପର୍ଯ୍ୟାୟରେ ଯୁବପିଢି, ମହିଳା, କୃଷକ ଓ ବିସ୍ତୃତ ସମୁଦାୟ ପାଇଁ ଏକ କେନ୍ଦ୍ର ଭାବେ ସେବା ପ୍ରଦାନ କରିବା ପାଇଁ ଏକ ବହୁମୂଖୀ ସମ୍ବଳ କେନ୍ଦ୍ରର ପରିକଳ୍ପନା କରାଯାଇଛି । ଭବିଷ୍ୟତର ହସ୍ତକ୍ଷେପଗୁଡିକ ସମ୍ପର୍କରେ ସୂଚିତ କରିବା ଏବଂ ଏହାର ନେଟ୍-ଜିରୋ ଲକ୍ଷ୍ୟ ଦିଗରେ ଏକ ସଂରଚିତ ମାର୍ଗ ସ୍ଥାପନ କରିବା ପାଇଁ ଏହି ଗ୍ରାମର କାର୍ବନ ନିର୍ଗମନର ଏକ ବୈଷୟିକ ମୂଲ୍ୟାଙ୍କନ ମଧ୍ୟ କରାଯାଇଛି । ଏହାର ଲାଇଟିଙ୍ଗ ଲାଇଭ୍ସ ପ୍ରୋଗ୍ରାମ ମାଧ୍ୟମରେ ରିନ୍ୟୁ ପକ୍ଷରୁ ସୋଲାର-ପରିଚାଳିତ ସିଷ୍ଟମଗୁଡିକର ବ୍ୟବହାର କରି ଆଦିବାସୀ ଗ୍ରାମଗୁଡିକରେ ସରକାରୀ ବିଦ୍ୟାଳୟଗୁଡିକର ବିଦ୍ୟୁତୀକରଣ କରାଯାଇଛି, ଦିନକୁ ପ୍ରାୟ ୮ ଘଂଟା ପାଇଁ ବିଦ୍ୟୁତ ଶକ୍ତି ଉପଲବ୍ଧତାକୁ ବୃଦ୍ଧି କରାଯାଇଛି ଏବଂ ଶିକ୍ଷା ଓ ଡିଜିଟାଲ ଶିକ୍ଷା ପାଇଁ ଏକ ଅଧିକ ଅନୁକୂଳ ପରିବେଶକୁ ସକ୍ଷମ କରାଯାଇଛି ।













