କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଯାତ୍ରୀବାହୀ ବସ୍କୁ ଗଞ୍ଜେଇ ଚାଲାଣର ମାଧ୍ୟମ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ସଦର ଥାନା ପୋଲିସ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ‘ପୁଷ୍ପରାଜ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍କୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୯ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଫୁଲବାଣୀ ଅଭିମୁଖେ ଆସୁଥିବା ପୁଷ୍ପରାଜ ନାମକ ଘରୋଇ ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସଦର ଥାନା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା।
















