ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରଦ୍ୱାର ସମେତ ଲୋକଙ୍କ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ବାସ୍ତବ ଚିତ୍ର ଅନୁଧ୍ୟାନ କରିଛନ୍ତି ଦାରିଙ୍ଗବାଡ଼ି ଭାଜପା ମଣ୍ଡଳର କାର୍ଯ୍ୟକର୍ତ୍ତା । କନ୍ଧମାଳ ଜିଲ୍ଲା ଭାଜପା ଉପସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ବିଭିନ୍ନ କ୍ଷତିଗ୍ରସ୍ତ ପରିବାରଙ୍କ ଘରକୁ ଘର ଯାଇ ସ୍ଥିତି ପରଖିଥିଲେ ।

ଏହି ଗସ୍ତରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ମିଟୁ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମହେନ୍ଦ୍ର ପ୍ରସାଦ ଦାସ, ଏସ୍ଟି ମୋର୍ଚ୍ଚା ମଣ୍ଡଳ ସଭାପତି ରଜନୀକାନ୍ତ ପ୍ରଧାନ, ଏସ୍ସି ମୋର୍ଚ୍ଚା ମଣ୍ଡଳ ସଭାପତି କୁନାଲ ନାୟକ, ମଣ୍ଡଳ ଉପସଭାପତି ଯୁବରାଜ ପ୍ରଧାନ ଓ କୃଷକ ମୋର୍ଚ୍ଚା ସଭାପତି ସୁବଳ ନାୟକଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଗସ୍ତ ସମୟରେ ବାତ୍ୟା ଓ ଅତିବୃଷ୍ଟି ଯୋଗୁଁ କେଉଁ ପରିବାରର ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି,
















