ନିଜର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ଓଡ଼ିଆ କଳା, ସଂସ୍କୃତି ତଥା ପାରିବାରିକ ମୂଲ୍ୟବୋଧକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟ ଜିଣି ଆସିଛି ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକ। ଏବେ ଦର୍ଶକଙ୍କ ପାଇଁ ଏହା ନେଇ ଆସୁଛି ଓଡ଼ିଶା ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଆୱାର୍ଡ ଶୋ’ ‘ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୬’, ଯାହା ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି ।
ଭାରତର ଗଣପର୍ବ ଦୀପାବଳିକୁ ଆହୁରି ମନୋରଞ୍ଜକ କରିବା ପାଇଁ ଜୀ ସାର୍ଥକ ପରିବାରର ଏହି ସବୁଠାରୁ ବଡ଼ ଉତ୍ସବ ପ୍ରସ୍ତୁତ ରହିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟା ୬:୩୦ ମିନିଟ୍ରେ କେବଳ ଜୀ ସାର୍ଥକରେ ଏହି ମେଗା ଇଭେଣ୍ଟର ଟେଲିକାଷ୍ଟ ହେବାକୁ ଯାଉଛି। ଏହି ଉତ୍ସବରେ ସାର୍ଥକ ସଂସାରର ସମସ୍ତ ମେଗା ଧାରାବାହିକ ଓ ଅନ୍ୟାନ୍ୟ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମର ପ୍ରିୟ କଳାକାରମାନେ ଯୋଗ ଦେଇ ନିଜର ଚିତ୍ତାକର୍ଷକ ପ୍ରଦର୍ଶନ କରିବେ।

















