No Result
View All Result

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ବିଶିଷ୍ଟ ସମାଜ ସେବୀ ସ୍ବର୍ଗତ ନାରାୟଣ ଦାସଙ୍କ ବିୟୋଗରେ ତାଙ୍କର ଏକା ଦଶାହ ଉପଲକ୍ଷେ ଆଜି ଏକ ସ୍ମୃତି ଚାରଣ ସଭା ସମାଜ ସେବୀ ସୁକାନ୍ତ ଚନ୍ଦ୍ର ଭୋଇଙ୍କ ସଭାପତିତ୍ଵରେ ନିଜ ଗ୍ରାମ ପାହାଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ଭୋଇ, ଅରୁଣ ଭୋଇ, ବାବାଜୀ ଭୋଇ, ଗିରିଶ ଚନ୍ଦ୍ର ନାୟକ, ମନୋଜ ଭୋଇ, ପୂତ୍ର ମାନସ ଦାସ, ହୃଦାନନ୍ଦ ଭୋଇ, ଅଶୋକ ଭୋଇ, ବଟ କୃଷ୍ଣ ଭଞ୍ଜ, ସୁବାସ ଭୋଇ, ଗଗନ ଭଞ୍ଜ, ଶିବ ଭୋଇ,

ଅଭିରାମ ଭଞ୍ଜ, ସଖିର ଭୋଇ, ଗୁଣ୍ଡୁଚି ଭୋଇ, ମନୋରଞ୍ଜନ ଜେନା, ବିଜୟ ଭୋଇ ପ୍ରମୁଖଙ୍କ ସମେତ ବାହୁଡା଼ ଗୋସ୍ବାମୀ ସେବା ପରିଷଦ ଏବଂ ଭୋଇ ସମାଜ ମହାସଂଘର ବହୁ ସଦସ୍ୟ, ସଦସ୍ୟା ମାନେ ଯୋଗ ଦେଇ ସ୍ବର୍ଗତ ନାରାୟଣ ଦାସଙ୍କର ବହୁ ମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ନାରାୟଣ ଦାସ ଥିଲେ ଏକାଧାରରେ ଜଣେ ସମାଜସେବୀ, ସଂଗଠକ, ଶାନ୍ତ ସରଳ, ମେଳାପି ବ୍ୟକ୍ତି ଥିଲେ । ତାଙ୍କର ବିୟୋଗର ଅନୁପସ୍ଥିତି ନିଜ ଗ୍ରାମ ତଥା ଅଞ୍ଚଳ ପାଇଁ ଦୁଃଖ ଦେଇଛି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।

No Result
View All Result