No Result
View All Result

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହ ମଧ୍ୟରେ ଖଗସା ଗ୍ରାମରେ ଆରମ୍ଭ ହୋଇଛି ୨୭ତମ ମା’ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏହି ପୂଜା ତିନି ଦିନ ଧରି ଚାଲିବ । ମା’ ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି। ପୂଜା ଅବସରରେ ମଣ୍ଡପକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି । ରଙ୍ଗବେରଙ୍ଗ ଫୁଲମାଳ ଓ ସୁନ୍ଦର ସାଜସଜ୍ଜାରେ ମଣ୍ଡପର ଶୋଭା ବଢିଛି । ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଭକ୍ତମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି ।

ମା’ ଗଜଲକ୍ଷ୍ମୀ ଧନ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ । ଏହି ପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ, ଗ୍ରାମର ଏକତା ଓ ସାଂସ୍କୃତିକ ପରମ୍ପରାର ପରିଚୟ। ଦୀର୍ଘ ୨୭ ବର୍ଷ ଧରି ପାଳିତ ହୋଇଆସୁଥିବା ଏହି ପୂଜା ଗ୍ରାମର ଆସ୍ଥାକୁ ଉଜ୍ଜୀବିତ ରଖିଛି । ଏହି ମହୋତ୍ସବକୁ ସୁଚାରୁ ରୂପେ ପରିଚାଳନା ପାଇଁ ସଭାପତି ପରମାନନ୍ଦ ପୁଟେଲଙ୍କ ନେତୃତ୍ୱରେ ପୂଜା କମିଟି ଉଦ୍ୟମ ଜାରି ରଖିଛି । ସଦସ୍ୟ ପ୍ରତୀକ କୁମାର ଦାସ, ଡିଙ୍ଗର ଭୋଇ, ବେଣୁ କୁଅଁର, ନରହରି ବାଗ, ମହାଦେବ, ସୁନୀଲ, ବିଜୟ, ତ୍ରିନାଥ, ନଳ, ସାଧୁରାମ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି ।

No Result
View All Result