ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନି ପ୍ର) :- ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନପ୍ରସାଦ ଯୋଗାଇଦେବା ପାଇଁ ବାଲିଗୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ଭକ୍ତମାନେ ନିର୍ଦ୍ଧାରିତ ଦେୟ ଦେଇ ଭୋଗପ୍ରସାଦ ସଂଗ୍ରହ କରିପାରିବେ । ଟ୍ରଷ୍ଟ ବୋର୍ଡର ସୂଚନା ଅନୁଯାୟୀ, ପ୍ରତି ଅନ୍ନପ୍ରସାଦ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଖିରି ଓ କାକରା ଭୋଗ ପ୍ରସାଦ ପାଇଁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡ଼ିବ ।
















