ନୟାଗଡ଼ (ଓଡିଶା ତାଜା ନ୍ୟୂଜ ) (ନି.ପ୍ର) ଇଟାମାଟି :- ଇଟାମାଟି ସ୍ଥିତ IIMS ମହାବିଦ୍ୟାଳୟ ପ୍ରାଙ୍ଗଣରେ “ସପ୍ତମଋତୁ” ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ତୃତୀୟ ବାର୍ଷିକ ଏକ ଦିବସୀୟ କବିତା ପଠୋସ୍ଚବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଯଜ୍ଞଦତ୍ତ ରଥ ଙ୍କ ଆବହକତ୍ଵରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଏଥିରେ କଲେଜ ର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମହାବିଦ୍ୟାଳୟ ର ସଭାପତି ଶ୍ରୀ ସଞ୍ଜିତ ରୋଶନ ପଟ୍ଟନାୟକ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା ।

ଉସ୍ତବ ର ସଭାଧ୍ୟକ୍ଷ ଶ୍ରୀ ବୃନ୍ଦାବନ ମହାପାତ୍ର , ମୁଖ୍ୟ ଅତିଥି ତଥା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ନୟାଗଡ଼ ଶ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟ ବକ୍ତା ତଥା ଓଡ଼ିଆ ସାହିତ୍ୟ ବିଭାଗ ମୁଖ୍ୟ , ଉତ୍କଳ ବିଶ୍ୱବଦ୍ୟାଳୟ ର ଡ. ରମେଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ଲେଖକ ପରିଷଦର ସଂଯୋଜକ ଶେଖ୍ ଅବଦୁଲ ଖାଲିକ , ସମ୍ମାନିତ ଅତିଥି ବିନ୍ଦୁଲତା ଷଣ୍ଢ ,ସମ୍ମାନିତ ବକ୍ତା ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଉଦ୍ୟୋଗପତି ,ନୟାଗଡ଼ ଓ ଶ୍ରୀ ଭାଗିରଥୀ ବାଇ , ସମାଜସେବୀ ନୟାଗଡ଼ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ଉକ୍ତ ସାହିତ୍ୟ ଆସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ବେହେରା ମହୋଦୟ “ମହାବିଦ୍ୟାଳୟରେ ନିର୍ବାଚନ” ଶୀର୍ଷକ ହାସ୍ୟ କବିତା ପାଠ କରି ଶ୍ରୋତା ଙ୍କୁ ବିମୋହିତ କରିଥିଲେ । ସମସ୍ତ କବି ମାନଙ୍କର କବିତା କୁ ଅଧ୍ୟାପିକା ନୀଳିମା ନନ୍ଦ ଓ କବିୟତ୍ରୀ ହରପ୍ରିୟା ଦ୍ୱିବେଦୀ ସଂଯୋଜନା କରିଥିଲେ । “ସପ୍ତମଋତୁ” ର ସଭାପତି ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ସଭାସାଙ୍ଗ କରାଯାଇଥିଲା । ତେବେ ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷବିତ୍ତ ରବୀନ୍ଦ୍ର ରଥ ସଫଳତାର ସହ ପରିଚାଳନା କରୁଥିବା ଦେଖାଯାଇଥିଲା l













