No Result
View All Result

ଖୋରଧା (ଓଡିଶା ତାଜା ନ୍ୟୂଜ ) (ନି.ପ୍ର) ଜଟଣୀ :- ଥାନା ଛକ ଯାତ୍ରା ପଡିଆ ଠାରେ କର୍ମମନ୍ଦିର ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦ୍ୱାଦଶତମ ଆମ ଜଟଣୀ ଶାରଦୀୟ ମହୋତ୍ସବ ୨୦୨୬ ସହିତ ଦ୍ୱାଦଶ ତମ ରାବଣ ପୋଡ଼ି ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହ ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଇ ଓ ସି ଏଲ୍ ପୂର୍ବତ୍ତନ ନିର୍ଦେଶକ ସୁଦିପ୍ତ ରାୟଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ମମନ୍ଦୀର ସମାଜସେବୀ ଅନୁଷ୍ଠାନର ଅଧ୍ୟକ୍ଷା ସବିତା ରାୟ ପୌରହିତ୍ୟ କରିଥିଲେ । ଏଥିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତୁଷାର କାନ୍ତି ଶତପଥି,ଆଇ ଓ ସି ଏଲ୍ ସି ଜେ ଏମ୍ କମଲ ସିଲ୍,ଏମ୍ସ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଭାତ ରଞ୍ଜନ ତ୍ରିପାଠୀ, ଜଟଣୀ ବ୍ଲକ ବି ଡି ଓ

ବସନ୍ତ ହାତୀ ପ୍ରମୁଖ ଯୋଗଦେଇ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ-ପ୍ରକୃତି ପ୍ରେମୀ,ସମାଜ ସେବୀ, ମେଧାବୀ ଛାତ୍ର/ଛାତ୍ରୀ,ଡ଼ାକ୍ତର, ନର୍ସ,ଓକିଲ, ପ୍ରଶାସକ,ଏବଂ ଗଣେଷ ପୂଜା ମାଧ୍ୟମରେ ଜଟଣୀର ସମ୍ମାନ୍ ବଢ଼ାଉଥିବା ବିଭିନ୍ନ ବଜାର କମିଟି ସଭାପତି/ସମ୍ପାଦକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ମନୋଜ ମିଶ୍ର, ପ୍ରଦୀପ ଜେନା, ମହେଶ ମିଶ୍ର ପ୍ରମୁଖ ସଂଯୋଜନା କରିଥିବାବେଳେ ତିରୁପତି ଶତପଥୀ, ପ୍ରଶାନ୍ତ ପ୍ରଧାନ, ଚିତ୍ତରଂଜନ ସୁନ୍ଦରା, ଜାନକୀ ପ୍ରଧାନ,ରୀନା ପଟନାୟକ, ନାରଣ ମହାନ୍ତି, ନାଗ ଭୂଷଣ ରାୟ,ଛବି ପାଇକରାୟ, ଲକ୍ଷ୍ମୀ ନାୟକ, ଅଭିଷେକ ପାଢ଼ୀ,ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ମୟୂରଭଞ୍ଜ ଖମ୍ବ ନାଚ, ଆସାମ ବିହୁ, ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କ ସମାଗମ୍ ପରିଲକ୍ଷିତ ହୋଇଥିଲା ।


No Result
View All Result