– ଧୁମଧାମରେ ସମ୍ପନ୍ନ ହେଲା ମା’ଙ୍କ ଭସାଣି ଯାତ୍ରା, ଭକ୍ତିରେ ବିଭୋର ହେଲା ବେଲପଡା
ବେଲପଡା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଦୁର୍ଗାପୂଜା ସମାପ୍ତି ପରେ ଗୁରୁବାର ବେଲପଡାରେ ଧୁମଧାମରେ ଅନୁଷ୍ଠିତ ହୋଇଛି ମା’ଙ୍କ ଭସାଣି ଯାତ୍ରା । ଢୋଲ, ନିଶାଣ, ଘଣ୍ଟର ତାଳେ ସମଗ୍ର ବେଲପଡା ଉତ୍ସବମୁଖର ହୋଇ ଉଠିଥିଲା । ସୁସଜ୍ଜିତ ରଥରେ ବିରାଜମାନ ମା’ ଦୁର୍ଗାଙ୍କ ପ୍ରତିମାକୁ ନେଇ ଭବ୍ୟ ଶୋଭାଯାତ୍ରା ବାହାରିଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ବେଳେ ‘ଜୟ ମା’ ଦୁର୍ଗା’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ ।
















