
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳିକାଟୁ ସହର ଉପକଣ୍ଠରେ ପ୍ରତିଷ୍ଠିତ ସାଇସୁନ୍ଦର ଧାମ, ପୋଚିଲିମା ପରିସରରେ ବୁଧବାର ଦଶହରା ତଥା ସାଇ ବାବାଙ୍କ ତିରୋଧାନ ଦିବସ ମହୋତ୍ସବ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି । ଶ୍ରୀ ଶିରିଡି ସାଇ ସେବା ସମିତି ଟ୍ରଷ୍ଟ, ପୋଚିଲିମା ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାତଃ ମହାଭିଷେକ, ସକାଳ ପୂଜାରମ୍ଭ,

ମଧ୍ୟାହ୍ନ ଆଳତି ପରେ ଅପରାହ୍ନ ସମୟରେ ବ୍ରହ୍ମପୁର ସ୍ଥିତ ଜୟ ମାତା ଜୀ ଭଜନ ସନ୍ଧ୍ୟା ତରଫରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମିଲ୍ଟନ୍ ଦୃଷ୍ଟି ହୀନ ସେବା ପ୍ରତିଷ୍ଠାନର ଉଦୀୟମାନ କଣ୍ଠଶିଳ୍ପୀଙ୍କ ସୁଲଳିତ କଣ୍ଠସ୍ୱର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ ମୋହିତ କରିଥିଲା । ସନ୍ଧ୍ୟା ଆଳତି, ପାଲିଙ୍କି ଯାତ୍ରା ପରେ ଶାନ୍ତି ହୋମ ସମ୍ପନ୍ନ ହୋଇଥିଲା ।















