No Result
View All Result

ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଶ୍ରୀକ୍ଷେତ୍ରର ବିଭିନ୍ନ ସାହିରୁ ଗୋସାଣୀ ଓ ନାଗା ମାନେ ଶୋଭାଯାତ୍ରାରେ ଅଣାଯାଇ ସିଂହଦ୍ୱାର ଠାରେ ଏକତ୍ରିତ ହୋଇଥିଲେ । ସିଂହଦ୍ୱାର ଠାରେ ୨୨ ଗୋସାଣୀ,୮ଟି ଦୁର୍ଗା ମେଢ, ୩୫ ଟି ନାଗାମେଢ ଓ ବିଭିନ୍ନ ଚରିତ୍ର ମାନ ମେଢ ରଙ୍ଗୀନ ଆଲୋକ ମାଳରେ ଝଲସିତ ଗୋସାଣୀ ଓ ନାଗା । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦେବୀ ସଭାରେ ଗୋସାଣୀମାନଙ୍କୁ ଦର୍ଶନ କରି ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ଶ୍ରୀକ୍ଷେତ୍ର ର ବିଭିନ୍ନ ଗୋସାଣୀମାନଙ୍କ ମଧ୍ୟରେ ଏମାରମଠ ନିକଟସ୍ଥ ମା କାକୁଡ଼ିଖାଇ, ହରଚଣ୍ଡୀ ସାହି ମା ବାରବାଟୀ, ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକସ୍ଥିତ ମାଜହ୍ନିଖାଇ ,

ଭୋଗଯାଗା ମା ହରଚଣ୍ଡି, ମାଟିମଣ୍ଡପ ସାହି ମା ଶୂନ୍ୟଗୋସାଣୀ, ମଣ୍ଣିକଣ୍ଣିକା ସାହି ମା ବନଦୁର୍ଗା(କଣ୍ଟାକାଢି ଗୋସାଣୀ), ହରଚଣ୍ଡୀ ସାହି ଆଖଡା ହାଟମୁଣ୍ଡ ଛକସ୍ଥିତ ମା ତ୍ରିପୁରାସୁନ୍ଦରୀ(ଚେମେଡ଼ା), ଗୌଡବାଡ ସାହିର ମା ଜହ୍ନିଖାଇ, ବାଲିସାହି ମା ଜହ୍ନିଖାଇ , ଖୁଣ୍ଟିଆ ସାହି ମା ବେଲବାଇ, ତିଆଡି ସାହି ମା ହାଡବାଇ, ମହା ସୁଆରସାହି ମା ହରଚଣ୍ଡି, ବାସେଳୀ ସାହି ମା ପଣାପ୍ରିୟା, ମଣ୍ଣିକଣ୍ଣିକା ସାହି ମା ଗେଲବାଇ, ମା ଯମକୋଟ, ଗୁଡିଆ ସାହି ମା ଚକ୍ରକୋଟ, ହରଚଣ୍ଡି ସାହି ମା ମହତେଶ୍ବରୀ, ହରଚଣ୍ଡି ସାହି ମା ବନଦୁର୍ଗା,

ଗୋଚ୍ଛିକାର ସାହି ମା ହରପ୍ରିୟା, ହଜୁରୀ ଗଳି ମା ହରଚଣ୍ଡୀ, କରତି ସାହି ମା ଶୀତଳେଶ୍ୱରୀ, ଶୀତଳପିଣ୍ଡା ସାହି ଆଦି ଗୋଶାଣୀ ମାନେ ଘଣ୍ଟ ଘଣ୍ଟା ବାଦ୍ଯର ତାଳେ ତାଳେ ଶୋଭାଯାତ୍ରାରେ ଆସି ସିଂହଦ୍ୱାର ଦେବୀ ସଭାରେ ଯୋଗଦେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦେବୀସଭାରେ ଗୋସାଣୀ ଓ ନାଗା ମାନଙ୍କୁ ଦେଖି ଭାବବିହ୍ବଳ ହୋଇଛନ୍ତି ।ସେହିପରି ଗୋଷାଣୀ ଯାତ ର ଅନ୍ୟ ଚରିତ୍ର ମାନଙ୍କ ମଧ୍ୟରେ ବାଲିସାହି ନାଗା, ହରଚଣ୍ଡୀ ସାହି ନାଗା, ମାଜେଣା ଯାଗା ନାଗା, ବଳଗଣ୍ଡି, ନାଗା, ପଶ୍ଚିମ ଦ୍ଵାର, ନାଗା, ନରେନ୍ଦ୍ର କୋଣ ନାଗା, ମାଟିମଣ୍ଡପ ସାହି ନାଗା, ଶୀତଳପିଣ୍ଡା ସାହି, ଗୌଡବାଡ ସାହି ମହାସୁଆର ନାଗା,ନାଗା,

ହାଡ଼ି ସାହି, ନାଗା, ସିଦ୍ଧମହାବୀର ପାଟଣା ହରଚଣ୍ଡି ସାହି ବଳିକର ନାଗା, ବଢେଇ ଗଳି ର ବୁଢ଼ା ବୁଢ଼ୀ ନାଚ, ମାର୍କଣ୍ଡେଶ୍ଵର ସାହି,ଶ୍ରୀ କୃଷ୍ଣବଳରାମ, ଶୀତଳପିଣ୍ଡା ସାହି, ଶ୍ରୀ ସୂର୍ଯ୍ୟମୁଖୀ ମହାବୀର, ମଣିକର୍ଣ୍ଣିକା ସାହି, ଶ୍ରୀ ପଞ୍ଚମୁଖୀ ହନୁମାନ, ହରଚଣ୍ଡୀ ସାହି,ସମ୍ପାତି କନ୍ଧେ ଅଷ୍ଟବୀର, ମାର୍କଣ୍ଡେଶ୍ଵର ସାହି ମାଟିମଣ୍ଡପ ସାହି ଶ୍ରୀ କାମେଶ୍ୱର ମହାଦେବ, ବଡ଼ ଆଖେଡ଼ା ଯାଗା ରାବଣାନୁଗ୍ରହ, ଗୁଡ଼ିଆ ସାହି ର ରାବଣାନୁଗ୍ରହ,ଗୁଡ଼ିଆ ସାହି ର ଶିବ-ଜଳନ୍ଧର ବଧ, ରଥାରୁଢ଼ ଶିବ ପରିବାର, ମଣିକର୍ଣ୍ଣିକା ସାହି,ମା କୃଷ୍ଣକାଳୀ, ଘୋଡ଼ା ବାସେଳୀ ସାହି, ପାଣିକାତ ସାହି ର ବୀର ହନୁମାନ କନ୍ଧେ ରାମ ଲକ୍ଷ୍ମଣ, ହରଚଣ୍ଡି ସାହି ବାଉରିଆ ବୁଢ଼ା, ଶୀତଳପିଣ୍ଡା ସାହି ପର୍ଶୁରାମ,ହରଚଣ୍ଡି ସାହି ହାଡ଼ିଆ ବଣିଆ ଭୂତ,
ବେଲ ତିଆଡି ବୁଢ଼ା, ଦୋଳମଣ୍ଡପ ସାହି, ନବଗୁଞ୍ଜର, ଉତ୍ତର ଦ୍ଵାର,ଶ୍ରୀ କୃଷ୍ଣ, ମଣିକର୍ଣ୍ଣିକା ସାହି(ଦୁଇ ଜଣ),ଶ୍ରୀ ନଟରାଜ, ଗୁଡିଆ ସାହି,ଶ୍ରୀ ଋଷ୍ୟଶୃଙ୍ଗ ୠଷି, ଶୀତଳପିଣ୍ଡା ସାହି,ଶବର, ହରଚଣ୍ଡି ସାହି,ବିଭିନ୍ନ ସାହି ରୁ ହର ପାର୍ବତୀ, ବିଭିନ୍ନ ସାହି ରୁ ନାଗା, ବିଭିନ୍ନ ସାହି ରୁ ମଲ୍ଲ ବା ମାଲ ପ୍ରମୁଖ ଯୋଗ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ସହ ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି ରଙ୍ଗବେରଙ୍ଗ ଆଲୋକମାଳା ରେ ଝଲସିତ ହୋଇଛି ସିଂହଦ୍ୱାର ।ଶେଷରେ ଭକ୍ତ ଓ ଗୋସାଣୀ ମାନେ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ ଆଳତି ନୀଳଚକ୍ର ଉପରେ ଦର୍ଶନ କରି ବିରାଟ ଶୋଭାଯାତ୍ରାରେ ଧାଡି ଧାଡି ହୋଇ ବଡଦାଣ୍ଡ ଦେଇ ଦେବୀ ଘାଟରେ ଦେବୀମାନଙ୍କୁ ବିସର୍ଜନ କରାଯାଇଥିଲା ।

No Result
View All Result