No Result
View All Result

କଟକ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପବିତ୍ର ଶାରଦୀୟ ଦୁର୍ଗାପୂଜା ଉତ୍ସଵ ପାଳନ ଉପଲକ୍ଷେ ନିଆଳି ଥାନା ପରିସରରେ ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ମା, ଦୁର୍ଗାଙ୍କ ପାରମ୍ପରିକ ପୂଜାପାଠ, ଘୃତ୍ୟ ଯଜ୍ଞ, ଆଳତି, ମନ୍ତ୍ରପାଠ, ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା,ଦୁର୍ଗାଙ୍କ ଆଶ୍ରିବାଦରୁ ସମସ୍ତଙ୍କ ଜୀବନ ସୁଖ,ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ ।

ମା, ଦୁର୍ଗା ସମସ୍ତଙ୍କୁ ସୁରକ୍ଷା,ଶକ୍ତି, ସାହସ, ଓ ସଫଳତା ପ୍ରଦାନ କରନ୍ତୁ ବୋଲି ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର ମା, ଦୁର୍ଗାଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଏହି ପୂଜା ଉତ୍ସଵରେ ସ୍ଥାନୀୟ ବିଧାୟକ ଇଂ ଛବି ମଲ୍ଲିକ, କଟକ ଜିଲ୍ଲା ବିଜେପି ପାଟି ବିସ୍ତାରକ ସନ୍ତୋଷ କୁମାର ବିଶ୍ବାଳ, କଟକ ଜିଲ୍ଲା ସଂପାଦକ ତ୍ରିଲୋଚନ ବେହେରା, ସମାଜ ସେବୀ ରାଘବ ଚନ୍ଦ୍ର ବେହେରା,ଙ୍କ ସମେତ ବହୁ ରାଜନେତା, ସମାଜସେବୀ, ସରପଞ୍ଚ, ନୋମିନୀ, ଜିଲ୍ଲାପରିଷଦ, ଏଵଂ ଥାନାର ସମସ୍ତ କର୍ମଚାରି ଅଂଶ ଗ୍ରହଣ କରି ମା, ଦୁର୍ଗାଙ୍କ ଆଶ୍ରିବାଦ ଗ୍ରହଣ କରିବା ସହ ପ୍ରସାଦ ସେବନ କରିଥିଲେ ।

No Result
View All Result