
ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିରିଡି ଅଂଚଳର ବିଭିନ୍ନ ସ୍ଥାନରେ ଶନିବାର ଠାରୁ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି l ପାଗ ଅନୁକୂଳ ହେତୁ ଚଳିତ ବର୍ଷ ପୂଜା ମଣ୍ଡପ ଗୁଡିକ ସାଜସଜା ରେ ଝଲସୁଛି l

ଏହି ଅଞ୍ଚଳରେ ମୋଟ 50ଟି ମେଢ଼ ନିର୍ମାଣ କରାଯାଇଛି l ବିଶେଷ ଆକର୍ଷଣ ନୂଆପାରୀ ଜଗତ୍ଗୁରୁ ସ୍ୱାମୀ ଅରୂପାନନ୍ଦ ଙ୍କ ପୀଠ l ଏଠାରେ ବିଂଶଭୁଜା ଦୂର୍ଗା ମୁଗୁନି ପଥରରେ ନିର୍ମାଣ କରାଯାଇଛି l

ସେହି ପରି ଅଲାଣ୍ଡ ଦୂର୍ଗା, ମାଣତିରି, ମଧ୍ୟଶାସନ, ମଙ୍ଗୁଲି, ହାଜିପୁର, ବିରିଡି ହାଟ, ବାଲିଆ ରେ ଦୁଇଟି, ଚlନ୍ଦପୁରରେ ଦୁଇଟି ଦୁର୍ଗାମଣ୍ଡପ ଥିବାବେଳେ ଅନ୍ୟାନ୍ୟ ମଣ୍ଡପରେ ଶିବ ପାର୍ବତୀ, ରାମ ଲକ୍ସମଣ ସୀତା, ହନୁମାନ ଆଦି ଅନେକ ରୂପ ଅନ୍ତର୍ଭୁକ୍ତ ଦୂର୍ଗାଙ୍କ ପୂଜା ଶନିବାର ଠାରୁ ଆରମ୍ଭ ହୋଇ ବୁଧବାର ଘଟ ବିସର୍ଜନ ହେବ l

















