
ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଅପରାହ୍ନ ରେ ଓଡିଶା ରାଜ୍ୟ ପାଇଁ ନବ ନିଯୁକ୍ତ ମାନ୍ୟବର ରାଜ୍ୟପାଳ ବ୍ରଜମୋହନ ରାମ ପୁରୀରେ ପହଞ୍ଚି ଶ୍ରୀ ଜୀଉ ମାନଙ୍କ ଦର୍ଶନ କରିଛନ୍ତି । ପ୍ରଥମେ ମାନ୍ୟବର ନବ ନିଯୁକ୍ତ ରାଜ୍ୟପାଳ ସସ୍ତ୍ରୀକ ଲୋକ ଭବନ ଠାରେ ପହଞ୍ଚିବା ପରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର,

ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ । ପରେ ନବ ନିଯୁକ୍ତ ରାଜ୍ୟପାଳ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ।















