ପୁରାତନ ପୀଠରେ କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟ ପରିଲକ୍ଷିତ ହେଉନାହିଁ ।
ଲୋକମତ ଅନୁଯାୟୀ, ଅପୁତ୍ରିକ ନାରୀ ମା’ଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କଲେ ସନ୍ତାନପ୍ରାପ୍ତି ହୋଇଥାଏ ।
ଗୋପ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟସ୍ଥ ସୁତନ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ରୁଦ୍ରାୟଣୀଙ୍କ ପୀଠ ରହିଛି କାହିଁ କେଉଁ ଆବାହମାନ କାଳରୁ ମା’ରୁଦ୍ରାୟଣୀ ସୁତନ ଗ୍ରାମ ବାଲିବନ୍ତ ଉପରେ ମା ଅବସ୍ଥାନ କରୁଥିବା ବିଶ୍ଵାସ ରହିଛି । ଲୋକମତ ଅନୁଯାୟୀ, ଅପୁତ୍ରିକ ନାରୀ ମା’ଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କଲେ ସନ୍ତାନପ୍ରାପ୍ତି ହୋଇଥାଏ । ସେହିପରି ଦୃଷ୍ଟିବାଧିତ ମା’ଙ୍କୁ ପୂଜିଲେ ଚକ୍ଷୁପ୍ରାପ୍ତି ହୋଇଥାଏ ।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ତ୍ରେତୟା ଯୁଗରେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଲଙ୍କା ଅଭିମୁଖେ ମାତା ସୀତାଙ୍କୁ ଠାବ କରିବା ପାଇଁ ଯାଉଥିବା ବେଳେ ତାଙ୍କର ରୁଦ୍ରାକ୍ଷ ମାଳା ଛିଣ୍ଡି ତଳେ ପଡ଼ିବା ପରେ ମା’ରୁଦ୍ରାୟଣୀ ସେଥିରୁ ଆର୍ବିଭାବ ହୋଇଥିଲେ । ମା’ଙ୍କ ମହିମା ଅପାର ଓ ସେ ହେଉଛନ୍ତି କରୁଣାମୟୀ ଜଗତ ଜନନୀ l ପ୍ରଭୁ ଶ୍ରୀରାମ ସେହି ଜାଗାରେ ଦେବୀଙ୍କୁ ପ୍ରତିଷ୍ଠା କରି ନାମ ଦେଇଥିଲେ ମା’ରୁଦ୍ରାୟଣୀ । ମା’ ରୁଦ୍ରାୟାଣୀ ପ୍ରଭୁ ଶ୍ରୀରାମଙ୍କୁ କହିଥିଲେ ସନ୍ଥମାନଙ୍କ ସୁରକ୍ଷା ଓ ଦୁଷ୍ଟମାନଙ୍କ ବିନାଶ କରିବା ପାଇଁ ମର୍ତ୍ତ୍ୟରେ ଏହି ଅବତାର ହୋଇଛି ।

କଳି ଯୁଗରେ ବିପଦ କାଳରେ ଯେଉଁ ଭକ୍ତ ସୁମରିବେ ଗୁପ୍ତରେ ରହି ଭକ୍ତମାନଙ୍କର ଦୁଃଖ ହରଣ କରିବେ । ମା’ରୁଦ୍ରାୟଣୀ ହେଉଛନ୍ତି ମହାଲକ୍ଷ୍ମୀଙ୍କ ଅନ୍ୟରୂପ । ପରମ ବୈଷ୍ଣବୀ ମା’ ମହିଷା ଉପରେ ବିରାଜିତ ହୋଇ ତ୍ରିଶୂଳ ଧାରଣ କରିଛନ୍ତି । ଦହିପଖାଳ ଭୋଗ ଏହି ପୀଠର ବିଶେଷତ୍ବ ହୋଇଥିବା ବେଳେ, ଆମିଷ ହେଉ କି ନିରାମିଷ ପ୍ରସାଦ, ସେଥିରେ ବେଲପତ୍ର ପଡ଼େ । ଷୋଳପୂଜା ସମୟରେ ଯଥାବିଧି ନୀତି ସମ୍ପାଦନ ସହ ଚଣ୍ଡୀପାଠ କରାଯାଇଥାଏ ।















