ଭୁବନେଶ୍ଵର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଭୁବନେଶ୍ଵର ଆଇଆରସି ଭିଲେଜ ସ୍ଥିତ ବିଶ୍ଵ ଓଡ଼ିଆ ପରିବାର କାର୍ଯ୍ୟାଳୟ ପରିସରରେ ସଭାପତି ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ସମାବେଶରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ରକ୍ଷକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ , ଓଡ଼ିଶା ବିକାଶର ସାରଥି ହୁଅ – ମାଆ ” ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
















