• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
October 17, 2026
in ଓଡ଼ିଶା, କୋରାପୁଟ, ହୋମ୍
0
TPSODL Flags Off Solar Rath in Koraput
Share on FacebookShare on TwitterWhatsapp

  • କୋରାପୁଟ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍‌ରେ ସୌର ଶକ୍ତି ବାବଦରେ ସଚେତନତା ସୃଷ୍ଟି କରିବ ସୋଲାର ରଥ

କୋରାପୁଟ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ମାସବ୍ୟାପୀ ଚାଲୁ ରହିଥିବା ସେବା ସଂକଳ୍ପ ଅଭିଯାନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ ହୋଇଛି। କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଆଇଏଏସ୍, ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସୋଲାର ରଥ କୋରାପୁଟ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍ ପରିକ୍ରମା କରିବ । ଏଥିସହିତ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି ଲେଡ୍ ଆଗ୍ରିଗେସନ୍ (ୟୁଏଲ୍ଏ ) ମଡେଲ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁବିଧା ଓ ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ସ୍ୱଚ୍ଛ, ସୁଲଭ ଓ ନବୀକରଣଯୋଗ୍ୟ ଶକ୍ତି ଆପଣାଇବା ପାଇଁ ଅଧିକରୁ ଅଧିକ ପରିବାରକୁ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ନିକଟରେ ସୌରଶକ୍ତି ସମ୍ପର୍କିତ ସୂଚନା ପହଞ୍ଚାଇବା ପାଇଁ ସୋଲାର ରଥରେ ରେଡିଓ ଜିଙ୍ଗଲ୍ ପ୍ରସାରଣ କରାଯିବା ସହ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି )ସମ୍ପର୍କିତ ଲିଫ୍‌ଲେଟ୍ ବଣ୍ଟନ କରାଯିବ। ସୋଲାର ରଥରେ ଥିବା ସୋଲାର ସାଙ୍ଗ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଯୋଜନାର ଉପକାରିତା, ଆବେଦନ ପ୍ରକ୍ରିୟା, ଉପଲବ୍ଧ ସବ୍‌ସିଡି ଏବଂ ୟୁଏଲ୍ଏ ମଡେଲ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ। ଏଥିସହ ଗ୍ରାହକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କୁ ଏ ବାବଦରେ ସହଯୋଗ କରିବେ। ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ନିକଟରେ ରୁଫ୍ ଟପ୍ ସୋଲାର ସମ୍ପର୍କିତ ସଚେତନତା ପହଞ୍ଚାଇବା ଦିଗରେ ସୋଲାର ରଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍ଏ ମଡେଲ୍ ମାଧ୍ୟମରେ ଆମେ ଘରୋଇ ଉପଭୋକ୍ତାଙ୍କ ପାଇଁ ସୌରଶକ୍ତିକୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛୁ।

ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ସେମାନଙ୍କୁ ଏ ବାବଦରେ ସହଯୋଗ କରିବା, ଆବେଦନ ପ୍ରକ୍ରିୟାକୁ ସରଳ କରିବା ଏବଂ ଅଧିକ ପରିବାରକୁ ସ୍ୱଚ୍ଛ ଶକ୍ତି ଆପଣାଇବା ପାଇଁ ଉତ୍ସାହିତ କରିବା ଆମର ଉଦ୍ଦେଶ୍ୟ। ସମଗ୍ର ଦକ୍ଷିଣ ଓଡ଼ିଶାରେ ରୁଫ୍ ଟପ୍ ସୋଲାର ବ୍ୟବହାର ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ।” ସୌରଶକ୍ତିର ବ୍ୟବହାର ବୃଦ୍ଧି ଏବଂ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ପଥପ୍ରାନ୍ତ ନାଟକ, ଗ୍ରାମସଭା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକଙ୍କ ସହ ଆଲୋଚନା ଏବଂ ଅନ୍ୟାନ୍ୟ ଅଭିଯାନ ସାମିଲ ରହିଛି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଲୋକଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଇବା ଏବଂ ପରିବାରଗୁଡ଼ିକୁ ସୌରଶକ୍ତି ଆପଣାଇବାରେ ସହାୟତା କରାଯାଉଛି l ସୋଲାର ରଥ ମାଧ୍ୟମରେ ବିଶେଷକରି ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସୌରଶକ୍ତି ସମ୍ପର୍କିତ ସୂଚନା ପହଞ୍ଚାଇବା ସହ କୋରାପୁଟ ଜିଲ୍ଲାରେ ଅଧିକରୁ ଅଧିକ ପରିବାର ପାଇଁ ରୁଫ୍ ଟପ୍ ସୋଲାର ବ୍ୟବସ୍ଥାକୁ ସୁଗମ ଓ ସୁଲଭ କରିବାକୁ ଟିପିଏସ୍ଓଡିଏଲ୍ ଲକ୍ଷ୍ୟ ରଖିଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଂ. ମନ୍ମଥ ନାଥ ମିଶ୍ର, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଜୋନାଲ୍ ହେଡ୍, ଜୟପୁର ; ଶ୍ରୀ ଟି. ତପନରଶ୍ମି ସୁବୁଦ୍ଧି, ଅଧୀକ୍ଷଣ ଯନ୍ତ୍ରୀ, ଜୟପୁର ସର୍କଲ; କୋରାପୁଟ ଇଲେକ୍ଟ୍ରିକାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଟିପିଏସ୍ଓଡିଏଲର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
TPSODL Flags Off Solar Rath in Koraput

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

October 17, 2026
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
Bhubaneswar hosts Swachhata Utsaba in Grandeur

Bhubaneswar hosts Swachhata Utsaba in Grandeur

October 17, 2026
TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026

Recent News

TPSODL Flags Off Solar Rath in Koraput

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

October 17, 2026
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
Bhubaneswar hosts Swachhata Utsaba in Grandeur

Bhubaneswar hosts Swachhata Utsaba in Grandeur

October 17, 2026
TPSODL Flags Off Solar Rath in Koraput

TPSODL Flags Off Solar Rath in Koraput

October 17, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

TPSODL Flags Off Solar Rath in Koraput

ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

October 17, 2026
ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ

October 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version